Select Page
nutricharge-S5-product

ନ୍ୟୁଟ୍ରିଚାର୍ଜ ଏସ୍‌୫

Rs. 550.00

ନିଜେଲା ସାଟିଭା (କଳା ମଞ୍ଜି/କାଲୋଞ୍ଜୀ): ପାରମ୍ପରିକ ଉପଚାରଗୁଡ଼ିକରେ କଳା ମଞ୍ଜି ତେଲର ବ୍ୟବହାର ୨୦୦୦ ବର୍ଷରୁ ଅଧିକ ପୁରୁଣା l ଏହାର ପ୍ରଦାହ ବିରୋଧୀ, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ପ୍ରତିରୋଧକ କ୍ଷମତା ବୃଦ୍ଧି କାର୍ଯ୍ୟ ଯୋଗୁଁ, କାର୍ଡିଓଭାସ୍କୁଲାର, ସ୍ନାୟୁ ବ୍ୟବସ୍ଥା, ଚର୍ମ ସଂକ୍ରମଣ, ପ୍ରଜନନ ବ୍ୟବସ୍ଥା, ଶ୍ୱାସନ ବ୍ୟବସ୍ଥା, କଙ୍କାଳ ବ୍ୟବସ୍ଥା ଏବଂ ହଜମ ବିଶୃଙ୍ଖଳାଗୁଡ଼ିକୁ ମିଶାଇ କରି ବିଭିନ୍ନ ପ୍ରକାରର ରୋଗଗୁଡ଼ିକ ନିମନ୍ତେ ଏହାର ଲାଭଦାୟକ ପ୍ରଭାବ ଗୁଡ଼ିକ ରହିଛି l
ଏହା ଉଲ୍ଲେଖନୀୟ ଭାବରେ ମନ୍ଦ କୋଲେଷ୍ଟେରଲ (LDL), ଟ୍ରାଇଗ୍ଲିସେରାଇଡସ, ରକ୍ତ ଚାପ ଏବଂ ଶର୍କରା ସ୍ତରକୁ ହ୍ରାସ କରେ l ଇସଲାମ ଭବିଷ୍ୟବକ୍ତା ମହମ୍ମଦ କହିଲେ ଯେ, 'ମୃତ୍ୟୁ ଛଡ଼ା ଏହା ସମସ୍ତ ରୋଗ ନିମନ୍ତେ ଉପଚାର ଅଟେ l'

ଓସିମମ (ତୁଳସୀ) ମିଶ୍ରଣ: ଚାରି ପ୍ରକାରର ତୁଳସୀର ଅଦ୍ଵିତୀୟ ସମଷ୍ଟି ରହିଛି l ତୁଳସୀ କୁ ଏହାର ଔଷଧୀୟ ଗୁଣ ଗୁଡ଼ିକ ଯୋଗୁଁ 'ଗୁଳ୍ମ ମାନଙ୍କର ରାଣୀ' ବୋଲି ବିବେଚନା କରାଯାଏ l ଏହା ଆଣ୍ଟି-ଅକ୍ସିଡେଣ୍ଟ ଗୁଡ଼ିକ ପ୍ରଦାନ କରେ ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରିବା ଗୁଣଗୁଡ଼ିକ ରହିଛି l– ଚର୍ମ ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ଅଟେ ଏବଂ ଖାସ, ସର୍ଦ୍ଦି ଏବଂ ଜ୍ୱର ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ l ଜୀବଣୁଜନିତ ସଂକ୍ରମଣଗୁଡ଼ିକ, ଆଲର୍ଜି ଗୁଡ଼ିକ, ଜ୍ୱର,ଯନ୍ତ୍ରଣା ଏବଂ ଚାପ ବିରୋଧରେ ତେଲ ସୁରକ୍ଷା ପ୍ରଦାନ କରେ l

ଆଯାଡିରାଚତା ଇଣ୍ଡିକା (ନିମ୍ବ): ଏକ ବିଶୋଧନକାରୀ ଭାବରେ ଶରୀର ଏବଂ ରକ୍ତକୁ ଭିତରୁ ନିମ୍ବ ସଫା କରିବା ନିମନ୍ତେ ଜଣାଶୁଣା ଅଟେ l ଏହା ଯକୃତକୁ ପୁନଃସତେଜ କରେ ଏବଂ ଏହାର କାର୍ଯ୍ୟକୁ ସାଧାରଣ କରେ l ନିମ୍ବ ସେବନରେ ଯକୃତରେ ଜମୁଥିବା ବିଷାକ୍ତ ପଦାର୍ଥ ନିୟମିତ ଭାବରେ ବାହାରକୁ ବାହାରି ଯାଏ l  ନିମ୍ବର ଡାଇବେଟିସ ବିରୋଧୀ ଗୁଣ ଗୁଡ଼ିକ ରହିଛି ଏବଂ ପରିବର୍ତ୍ତନଶୀଳ କୋଲେଷ୍ଟେରୋଲ ଏବଂ ରକ୍ତ ଶର୍କରା ସ୍ତରକୁ ନିୟମିତ କରିବାରେ ସାହାଯ୍ୟ କରେ l ଆହୁରି ମଧ୍ୟ ନିମ୍ବ ଚର୍ମକୁ ପୁନଃସତେଜ କରିବାରେ ସାହାଯ୍ୟ କରେ l

ଆଲୋଏ ବାର୍ବାଡେନସିସ (ଘି କୁଆଁରୀ) ର ରସ ଗୋଟିଏ ବିଷମୁକ୍ତ କାରୀ ଅଟେ, ଯାହାର ସ୍ୱାସ୍ଥ୍ୟ ନିମନ୍ତେ ଅଗଣିତ ସୁଫଳଗୁଡ଼ିକ ରହିଛି ଏବଂ ବିଭିନ୍ନ ଭିଟାମିନ ଏବଂ ଧାତୁ ଗୁଡ଼ିକର ବିରାଟ ଉତ୍ସ ଅଟେ l ଏହାର ବୟସ ପ୍ରତିରୋଧକାରୀ ପ୍ରଭାବ ଅଛି ଏବଂ ଚର୍ମକୁ ସୁସ୍ଥ, ଅଳ୍ପ ବୟସ ବିଶିଷ୍ଟ ଏବଂ ଚମକ ରଖିବା ପାଇଁ ଏହାକୁ ବ୍ୟବହାର କରାଯାଏ l ଏହା କୋଷ୍ଠ କାଠିନ୍ୟ ଦୂରକରେ ଏବଂ ହଜମ ବ୍ୟବସ୍ଥାକୁ ସଫା କରେ l

ମେନ୍ଥା ସ୍ପିକଟା (ପୁଦିନା, ମିଣ୍ଟ) ଏକ ସୁଗନ୍ଧଯୁକ୍ତ ଉଦ୍ଭିଦ ଅଟେ ଏବଂ ବଦହଜମି, ବାୟୁ, ଅମ୍ଳତା ଇତ୍ୟାଦି ଭଳି ପେଟର କେତେକ ବିଶୃଙ୍ଖଳା ନିମନ୍ତେ ଏହାକୁ ବ୍ୟବହାର କରାଯାଏ l

Nutricharge S5

ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ଏସ୍‌୫ ଗୋଟିଏ ୧୦୦% ନିରାମିଷ କୋମଳ କ୍ୟାପ୍ସୁଲ ଅଟେ ଯେଉଁଥିରେ ୨୦୦ ମି.ଗ୍ରା. ନିଜେଲା ସାଟିଭା (କଳା ମଞ୍ଜି ତେଲ), ୧୫୦ ମି.ଗ୍ରା. ଓସିମମ (ତୁଳସୀ) ମିଶ୍ରଣ (ଓସିମମ ବାସିଲିକମ, ଓସିମମ ସାଙ୍କଟମ ରସ, ଓସିମମ ସାଙ୍କଟମ, ଓସିମମ ଗ୍ରାଟିସିମମ), ୧୦୦ ମି.ଗ୍ରା. ଆଜାଡିରାଚତା ଇଣ୍ଡିକା (ନିମ୍ବ) ରସ, ୨୫ ମି.ଗ୍ରା. ଆଲୋଏ ବାର୍ବାଡେନସିସ (ଘି କୁଆଁରୀ) ରସ, ଏବଂ ୧୦ ମି.ଗ୍ରା. ମେନ୍ଥା ସ୍ପିକାଟା (ପୁଦିନା) ଅଛି l

ନ୍ୟୁଟ୍ରିଚାର୍ଜ ଏସ୍‌୫ ସେବନ କରିବା ନିମନ୍ତେ ବହୁତ ସହଜ ଏବଂ ସୁବିଧାଜନକ ଅଟେ l

ନ୍ୟୁଟ୍ରିଚାର୍ଜ ଏସ୍‌୫ ୩୦ଟି କ୍ୟାପ୍ସୁଲ (୨ଟି ଷ୍ଟ୍ରିପ x ୧୫) ଥିବା ଗୋଟିଏ ଗ୍ରାହକ ଅନୁକୂଳିତ ପ୍ୟାକରେ ଉପଲବ୍ଧ ଅଟେ l

କେଉଁମାନେ ସେବନ କରିପାରିବେ:
୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ବୟସ୍କ ବ୍ୟକ୍ତିମାନେ

ମାତ୍ରା: ଖାଦ୍ୟ ଗ୍ରହଣର ଠିକ୍‌ ପରେ ପରେ ଦିନକୁ ଗୋଟିଏ ଥର ନ୍ୟୁଟ୍ରିଚାର୍ଜ ଏସ୍‌୫ ର 1ଟି କ୍ୟାପ୍ସୁଲ ସେବନ କରାଯିବା ଉଚିତ l ପ୍ରତିଦିନ ସମାନ ସମୟରେ ଏହାକୁ ସେବନ କରାଯିବ ଉଚିତ l

ଏମ୍‌ଆର୍‌ପି: 550/- :  ୩୦ଟି ନିରାମିଷ କୋମଳ କ୍ୟାପ୍ସୁଲ ନିମନ୍ତେ

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଏସ୍‌୫” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *