Select Page

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସମ୍ପର୍କିତ ପ୍ରଶ୍ନାବଳୀ

1. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ କ’ଣ?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଏକ ଖାଦ୍ୟ ସପ୍ଲିମେଣ୍ଟ ବା ପରିପୂରକ ଅଟେ ।

2. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ କିପରି ଉପାଦେୟ?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଭ୍ରୁଣରେ ଶିଶୁର ମସ୍ତିଷ୍କର ଉପଯୁକ୍ତ ବିକାଶରେ (ମସ୍ତିଷ୍କ ଅଙ୍ଗର ବିକାଶରେ) ସହାୟକ ହୋଇଥାଏ ।

3. ଶିଶୁ ମସ୍ତିଷ୍କର ସମ୍ପୂର୍ଣ୍ଣ ବିକାଶ କେବଳ ମା’ ଗର୍ଭରେ ହୋଇଥାଏ କି?

ଶିଶୁ ମସ୍ତିଷ୍କର 70% ବିକାଶ ମା’ ଗର୍ଭରେ ଘଟିଥାଏ ।

4. ଡିଏଚ୍‌ଏକୁ ନେଇ କୌଣସି କ୍ଲିନିକାଲ୍‌ ଗବେଷଣା ସଞ୍ଚାଳିତ ହୋଇଛି କି?

ଆମେରିକା, ଇଂଲଣ୍ଡ, ଇଟାଲି, ଡେନ୍‌ମାର୍କ ଭଳି ଅନେକ ଦେଶଗୁଡ଼ିକରେ ଗର୍ଭବତୀ ମହିଳାଙ୍କ ଦ୍ୱାରା ଡିଏଚ୍‌ଏ ଅନ୍ତଃଗ୍ରହଣ ସଂକ୍ରାନ୍ତୀୟ ଗବେଷଣା ସଞ୍ଚାଳିତ ହୋଇଛି । ଏହି ଗବେଷଣାଗୁଡ଼ିକ ଦ୍ୱାରା ଏହା ସ୍ପଷ୍ଟ ହୋଇଛି ଯେ ଗର୍ଭବତୀ ମହିଳାଙ୍କ ଦ୍ୱାରା ଡିଏଚ୍‌ଏ ସେବନ କରାଯିବା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା ଶିଶୁମାନଙ୍କ ଉପଯୁକ୍ତ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ ।

5. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏରେ ଡିଏଚ୍‌ଏର ପରିମାଣ କେତେ?

ଡାକ୍ତରୀ ଗବେଷଣା ଅନୁଯାୟୀ ଗର୍ଭବତୀ ମହିଳା ଦୈନିକ 400 ମିଗ୍ରା ଡିଏଚ୍‌ଏ ଆବଶ୍ୟକ କରିଥାନ୍ତି । ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏର ପ୍ରତ୍ୟେକ ଭେଜ୍‌ ସଫ୍ଟ କ୍ୟାପ୍‍ସୁଲ୍‌ରେ 400 ମିଗ୍ରା ଡିଏଚ୍‌ଏ ରହିଛି ।

6. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ କେଉଁମାନେ ସେବନ କରିବା ଉଚିତ?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଗର୍ଭବତୀ ମହିଳାମାନେ ସେବନ କରିବା ଉଚିତ ।

7. ଗର୍ଭାଶୟରେ ବଢ଼ୁଥିବା ଶିଶୁ ଡିଏଚ୍‌ଏ କିପରି ପାଇବ?

ଯେବେ ମା’ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସେବନ କରନ୍ତି, ଡିଏଚ୍‌ଏ ପ୍ଲାସେଣ୍ଟା ବା ଗର୍ଭନାଡ଼ି ମାଧ୍ୟମରେ ଶିଶୁ ପର୍ଯ୍ୟନ୍ତ ପହଞ୍ଚିଥାଏ ।

8. ଗର୍ଭବତୀ ମହିଳାମାନଙ୍କ ବ୍ୟତୀତ, ଅନ୍ୟ କେଉଁମାନେ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସେବନ କରିପାରିବେ?

ସ୍ତନ୍ୟପାନ କରାଉଥିବା ମା’ ମାନେ ନ୍ୟୁଟ୍ରିଚାର୍ଜ ଡିଏଚ୍ଏ ସେବନ କରିବା ଉଚିତ୍‌ ।

9. ଗର୍ଭାବସ୍ଥାର କେଉଁ ମାସଠାରୁ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସେବନ କରାଯିବା ଉଚିତ?

ଗର୍ଭାବସ୍ଥାର ପ୍ରାରମ୍ଭ କାଳରୁ ହିଁ ଆପଣ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସେବନ ଆରମ୍ଭ କରିଦେବା ଉଚିତ ।

10. ଗର୍ଭଧାରଣ କରିବା ପୂର୍ବରୁ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସେବନ କରାଯାଇପାରିବ କି?

ହଁ, ଗୋଟିଏ ଦିନ ବି ଖସି ନ ଯାଉ ଏହା ସୁନିଶ୍ଚିତ କରିବା ପାଇଁ ଆପଣ ଗର୍ଭଧାରଣର ଯୋଜନା କରିବା ସମୟରୁ ହିଁ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସେବନ ଆରମ୍ଭ କରିଦେବା ଆବଶ୍ୟକ ।

11. ଗର୍ଭାବସ୍ଥାର ଦୁଇରୁ ତିନି ମାସ ବିତିଯାଇଥିବା ଏବଂ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏର ସେବନ ଆରମ୍ଭ ନ ହୋଇଥିବା କ୍ଷେତ୍ରରେ କ’ଣ କରାଯିବ?

ଆପଣ ଆଜି ଠାରୁ ହିଁ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସେବନ ଆରମ୍ଭ କରିପାରିବେ । ଆପଣ ଏହାର ସେବନ ଆରମ୍ଭ କରିବା ମାତ୍ରେ ହିଁ ଏହା ଶିଶୁକୁ ଲାଭ ପହଞ୍ଚାଇବା ଆରମ୍ଭ କରିବ ।

12. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ କେବେ ପର୍ଯ୍ୟନ୍ତ ସେବନ କରାଯିବା ଉଚିତ?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସମ୍ପୂର୍ଣ୍ଣ ଗର୍ଭାବସ୍ଥା ଅବଧି ତଥା ସମ୍ପୂର୍ଣ୍ଣ ସ୍ତନ୍ୟପାନ କାଳରେ ସେବନ କରାଯିବା ଆବଶ୍ୟକ ।

13. ଦିନର କେଉଁ ସମୟରେ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସେବନ କରାଯିବା ଉଚିତ?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଦିନର ଯେକୌଣସି ସମୟରେ ସେବନ କରାଯାଇପାରିବ ।

14. ଦିନ ପିଛା କେତୋଟି ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ କ୍ୟାପ୍‌ସୁଲ୍‌ ସେବନ କରାଯିବା ଉଚିତ?

ଦୈନିକ କେବଳ ଗୋଟିଏ ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ କ୍ୟାପ୍‌ସୁଲ ସେବନ କରାଯିବା ଉଚିତ ।

15. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏର ଗନ୍ଧ ଗର୍ଭବତୀ ମହିଳାଙ୍କଠାରେ ବାନ୍ତିର ଅନୁଭୂତି ସୃଷ୍ଟି କରିପାରେ କି?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏର କୌଣସି ଦୁର୍ଗନ୍ଧ ନାହିଁ। ଏହାର ମିଠା କାରାମେଲ୍‌ ସୁଗନ୍ଧକୁ ସମସ୍ତ ଗର୍ଭବତୀ ମହିଳା ପସନ୍ଦ କରିବେ।

16. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ପାଇଁ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ୍‌ ଆବଶ୍ୟକ କି?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ହେଉଛି ଏକ ଖାଦ୍ୟ ସପ୍ଲିମେଣ୍ଟ ବା ପରିପୂରକ । ଏହା ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ୍‌ ଆବଶ୍ୟକ କରେନାହିଁ ।

17. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସହିତ ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‌ଲେଟ୍‌ ଏବଂ ନ୍ୟୁଟ୍ରିଚାର୍ଜ ଷ୍ଟ୍ରବେରୀ ପ୍ରୋଡାଏଟ୍‌ ସେବନ କରାଯାଇପାରିବ କି?

ହଁ, ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ସହିତ ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‌ଲେଟ୍‌ ଏବଂ ନ୍ୟୁଟ୍ରିଚାର୍ଜ ଷ୍ଟ୍ରବେରୀ ପ୍ରୋଡାଏଟ୍‌ ସେବନ କରାଯାଇପାରିବ ।

18. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏରେ ରହିଥିବା ନିରାମିଷ ଡିଏଚ୍‌ଏର ଉତ୍ସ କ’ଣ?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏରେ ରହିଥିବା ନିରାମିଷ ଡିଏଚ୍‌ଏ ସାମୁଦ୍ରିକ ଉଦ୍ଭିଦରୁ ସଂଗୃହିତ ହୋଇଥାଏ ।

19. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏର କ୍ୟାପ୍‌ସୁଲ୍‌ଟି କିପରି ନିରାମିଷ?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏର ଭେଜ୍‌ ସଫ୍ଟ କ୍ୟାପ୍‌ସୁଲ କାରାଜିନାନ୍‌ରୁ ତିଆରି ହୋଇଥାଏ ଯାହା ନିରାମିଷ ଅଟେ ।

20. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ କି?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଗର୍ଭବତୀ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ । ଏହା କେବଳ ସେମାନଙ୍କ ପାଇଁ ହିଁ ପ୍ରସ୍ତୁତ ହୋଇଛି ।

21. ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏର ଗୋଟିଏ ପ୍ୟାକ୍‌ରେ କେତୋଟି କ୍ୟାପ୍‌ସୁଲ୍‌ ରହିଥାଏ?

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏର ପ୍ରତ୍ୟେକ ପ୍ୟାକ୍‌ରେ 30ଟି କ୍ୟାପ୍‌ସୁଲ ଥାଏ (ପ୍ରତ୍ୟେକ 15ଟି କ୍ୟାପ୍‌ସୁଲ ବିଶିଷ୍ଟ 2 ଷ୍ଟ୍ରିପ୍‌) ଯାହା ସମ୍ପୂର୍ଣ୍ଣ ମାସ ପାଇଁ ଉଦ୍ଦିଷ୍ଟ ।

ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ସମ୍ପର୍କିତ ପ୍ରଶ୍ନାବଳୀ

1. ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଟାବ୍‌ଲେଟ୍‌ କ’ଣ?

ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ହେଉଛି ଏକ ବ୍ୟାପକ ଦୈନିକ ପୋଷଣ ପରିପୂରକ ଯାହା ପୁରୁଷଙ୍କ ଦୈନିକ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବାରେ ସହାୟତା କରିବା, ଏକ ସନ୍ତୁଳିତ ପୋଷଣ ମାଧ୍ୟମରେ ସେମାନଙ୍କୁ ଫିଟ୍‌ ଓ ସୁସ୍ଥସବଳ ରଖିବା ପାଇଁ 35 ଭିଟାମିନ୍‌, ଧତବ ଲବଣ, ଏମିନୋ ଏସିଡ୍‌ ଏବଂ ଏଣ୍ଟିଅକ୍ସିଡାଣ୍ଟ ଯୋଗାଇଥାଏ ।

2. ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଟାବ୍‌ଲେଟ୍‌ ନିରାମିଷ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସେବନ କରାଯାଇପାରିବ କି?

ହଁ, କାରଣ ଏଥିରେ କୌଣସି ପ୍ରାଣୀଜାତ (ଆମିଷ) ଉପାଦାନ ନାହିଁ ।

3. ଦୈନିକ ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଟାବ୍‌ଲେଟ୍‌ ସେବନ କରିବାର ଲାଭ କ’ଣ?

ଆଧୁନିକ ଜୀବନଶୈଳୀ, ଫାଷ୍ଟ ଫୁଡ୍‌, ଅସନ୍ତୁଳିତ ଆହାର ଏବଂ ଦୁର୍ବଳ ଅବଶୋଷଣ କାରଣରୁ ସମସ୍ତ ଲଘୁପୋଷକ ତତ୍ତ୍ୱ ଆବଶ୍ୟକ ମାତ୍ରାରେ ପାଇବା କଷ୍ଟକର ହୋଇଯାଇଛି । ଏହିସବୁ ଲଘୁପୋଷକ ତତ୍ତ୍ୱର ଅଭାବ କାରଣରୁ ଶକ୍ତି ଓ ସ୍ଫୂର୍ତ୍ତି ଅଭାବ, ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେବା, ମାଂସପେଶୀ, ଅସ୍ଥି ଓ ଦାନ୍ତ ଦୁର୍ବଳ ହେବା ଭଳି ସମସ୍ୟା ଦେଖାଦେଇଥାଏ । ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ପୋଷଣଗତ ଅଭାବକୁ ପ୍ରତିରୋଧ କରିବା, ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକ୍ଷମତା ଓ ଢାଞ୍ଚାକୁ ବଜାୟ ରଖିବାରେ ସହାୟକ ହେବା ସହିତ ହୃଦ୍‌ଧମନୀ ସ୍ୱାସ୍ଥ୍ୟ ଓ ମଧୁମେହରେ ଉପାଦେୟ ସାବ୍ୟସ୍ତ ହୋଇପାରେ ।

4. ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଟାବ୍‌ଲେଟ୍‌ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି କି?

ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଭୋଜନ ପରେ ସୁପାରିଶକୃତ ମାତ୍ରାରେ ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ସେବନ କରାଗଲେ ଏହା ସୁ-ସହନୀୟ ହୋଇଥାଏ । କ୍ୱଚିତ୍‌ କ୍ଷେତ୍ରରେ ଏହା ବାନ୍ତିର ଅନୁଭୂତି, ବାନ୍ତି ଏବଂ ତଳିପେଟ ଅସହଜବୋଧତା ସୃଷ୍ଟି କରିପାରେ ।

5. ମୁଁ ଜଣେ ମଧୁମେହ ରୋଗୀ, ମୁଁ ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ସେବନ କରିପାରିବି କି?

ହଁ, ଆପଣ ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ସେବନ କରିପାରିବେ କାରଣ ଏହା ମଧୁମେହ ଭୋଗୁଥିବା ବ୍ୟକ୍ତିମାନଙ୍କ ପାଇଁ କ୍ଷତିକାରକ ନୁହେଁ । କ୍ରୋମିୟମ୍‌, ଭାନାଡିୟମ୍‌ ଏବଂ ଜିଙ୍କ୍‌ ଭଳି ଧାତବ ଲବଣ ମଧୁମେହରେ ଉପାଦେୟ ହୋଇପାରେ । ଗ୍ରିନ୍‍ ଟି ନିର୍ଯ୍ୟାସ ମେଦ ହ୍ରାସ କରିବାରେ ସହାୟକ ହେଉଥିବା ବେଳେ ଭିଟାମିନ୍‌ ଏ ଏବଂ ଅନ୍ୟାନ୍ୟ ଏଣ୍ଟି ଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରି ଆଖି କ୍ଷତିକୁ ପ୍ରତିରୋଧ କରିପାରେ । କିନ୍ତୁ, ଯଦି ଆପଣ ପୂର୍ବରୁ କୌଣସି ଭିଟାମିନ୍‌-ଧାତବ ଲବଣ ପରିପୂରକ ସେବନ କରୁଛନ୍ତି, ତେବେ ଡାକ୍ତରଙ୍କ ସହ ଏ ବିଷୟରେ ନିଶ୍ଚୟ ପରାମର୍ଶ କରିନିଅନ୍ତୁ ।

6. ଏହି ଉତ୍ପାଦ କେଉଁମାନେ ବ୍ୟବହାର କରିବା ଉଚିତ?

ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ 14 ବର୍ଷରୁ ଅଧିକ ବୟସର ପୁଅ ଏବଂ ସମସ୍ତ ପ୍ରୌଢ଼ ପୁରୁଷଙ୍କ ଦ୍ୱାରା ସେବନ କରାଯାଇପାରିବ ।

7. ମୁଁ ଦିନରେ କେବେ ଓ କେତୋଟି ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ସେବନ କରିପାରିବି?

ପ୍ରତିଦିନ ପ୍ରାତଃଭୋଜନ କିମ୍ବା ମଧ୍ୟାହ୍ନ ଭୋଜନ ପରେ ଏକ ଗ୍ଲାସ୍‌ ପାଣି ସହ 1 ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଟାବ୍‌ଲେଟ୍‌ ସେବନ କରନ୍ତୁ ।

8. ନ୍ୟୁଟ୍ରିଚାର୍ଜ ସେବନ ପୂର୍ବରୁ ମୁଁ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ୍‌ ଆବଶ୍ୟକ କରିବି କି?

ଏକ ଆହାରଗତ ପରିପୂରକ ହୋଇଥିବାରୁ ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଆପଣ ନିଜ ନିଷ୍ପତ୍ତିରେ ସେବନ କରିପାରନ୍ତି, କିନ୍ତୁ ଯଦି ଆବଶ୍ୟକ ବୋଲି ଭାବୁଛନ୍ତି ତେବେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିପାରନ୍ତି ।

9. କିଛି ସମୟ ଧରି ଏହାର ସେବନ ଜାରି ରଖିଲେ ମୋ ଓଜନ ବଢ଼ିବ ନା କମିବ?

ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ଏକ ପୁଷ୍ଟିକର ପରିପୂରକ ଅଟେ ଯାହା କେବଳ ଆହାରଗତ ତୁଟିକୁ ସୁଧାରିବା କାର୍ଯ୍ୟ କରିଥାଏ ଏବଂ ଏହା ଓଜନ ବୃଦ୍ଧି କରେ ନାହିଁ । ଗ୍ରିନ୍‍ ଟି ନିର୍ଯ୍ୟାସ ମେଦ ଦହନରେ ସହାୟକ ହୋଇପାରେ ।

10. ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ଏକ ଔଷଧ କି?

ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ଟାବ‍୍‌ଲେଟ‍୍‌ ଏକ ଔଷଧ ନୁହେଁ । ଏହା ଏକ ଦୈନିକ ପୋଷଣ ପରିପୂରକ ଯେଉଁଥିରେ ରହିଛି ବି କମ୍ପ୍ଲେକ୍ସ କାରକମାନ, ଅନ୍ୟାନ୍ୟ ଭିଟାମିନ‍୍‌, ଧାତବ ଲବଣ ଏବଂ ଏମିନୋ ଏସିଡ‍୍‌ ।

11. ଏହାର ସେବନ କେତେ ସମୟ ପର୍ଯ୍ୟନ୍ତ ଜାରି ରଖାଯାଇପାରିବ?

ଦୈନିକ ଗୋଟିଏ ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ଟାବ‍୍‌ଲେଟ‍୍‌ ଦୀର୍ଘ ସମୟ ପାଇଁ ସେବନ କରାଯିବା ଆବଶ୍ୟକ ।

12. କିଛି ସମୟ ଧରି ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ସେବନ କରିବା ଜାରି ରଖିଲେ ଏହା ମୋ ଅଭ୍ୟାସ/ଆସକ୍ତିରେ ପରିଣତ ହୋଇଯିବ କି?

ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ଟାବ‍୍‌ଲେଟ‍୍‌ ଅଭ୍ୟାସରେ ପରିଣତ ହୁଏ ନାହିଁ ଏବଂ ଆପଣ ନିଜ ପସନ୍ଦ ଅନୁଯାୟୀ ଏହାର ସେବନ ଜାରି ରଖିପାରନ୍ତି କିନ୍ତୁ ସର୍ବାଧିକ ଲାଭ ପାଇଁ ଆପଣଙ୍କୁ ଏହାର ସେବନ ଦୀର୍ଘ ସମୟ ପାଇଁ ଜାରି ରଖିବା ଆବଶ୍ୟକ ।

13. ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ସେବନ ପୂର୍ବରୁ ମୁଁ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ କି?

ଏକ ଦୈନିକ ସ୍ୱାସ୍ଥ୍ୟ ପରିପୂରକ ଭାବେ ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ଟାବ‍୍‌ଲେଟ‍୍‌ ଡାକ୍ତରଙ୍କ ପ୍ରେସ‍୍‌କ୍ରିପ୍ସନ‍୍‌ ଆବଶ୍ୟକ କରେ ନାହିଁ । ବିଶ୍ଵ ସାରା, ସ୍ୱାସ୍ଥ୍ୟ/ଆହାରଗତ ପରିପୂରକଗୁଡ଼ିକ ବିନା ପ୍ରେସ‍୍‌କ୍ରିପ୍ସନ‍୍‌ରେ ବିକ୍ରି ହୋଇଥାଏ । ଭାରତରେ ଲୋକମାନେ ମଧ୍ୟ ୱେଲ‍୍‌ନେସ‍୍‌ ଉତ୍ପାଦଗୁଡ଼ିକର ଲାଭକୁ ବୁଝିବା ଆରମ୍ଭ କଲେଣି ଏବଂ ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ହେଉଛି ଏକ ଉଚ୍ଚ ଗୁଣମାନର ପରିପୂରକ ।

14. ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ର କୌଣସି ଟ୍ରାଏଲ‍୍‌ ପ୍ୟାକ‍୍‌ ଅଛି କି?

ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ 30 ଟାବ‍୍‌ଲେଟ‍୍‌ର ଏକ ପ୍ୟାକ‍୍‌ରେ ଉପଲବ୍ଧ ଯାହାର ମୂଲ୍ୟ ହେଉଛି ମାତ୍ର ଟ. 350/- ଏବଂ ଏହା ପୂରା ଗୋଟିଏ ମାସ ପାଇଁ ଚାଲିଥାଏ ।

15. ମୁଁ ଈତିମଧ୍ୟରେ ଏକ ସ୍ୱତନ୍ତ୍ର ଆହାର ଯୋଜନା ବା ଡାଏଟ‍୍‌ ପ୍ଲାନ‍୍‌ରେ ଅଛି । ମୁଁ ତଥାପି କ’ଣ ନ୍ୟୁଟ୍ରିଚାର୍ଜ ସେବନ କରିପାରିବି କି?

ଆପଣ ସ୍ୱତନ୍ତ୍ର ଆହାର ଯୋଜନା ବା ଡାଏଟିଂରେ ରହିଥିଲେ ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ଆପଣଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରେ କାରଣ ଏହା ମୂଲ୍ୟବାନ‍୍‌ ଭିଟାମିନ‍୍‌, ଧାତବ ଲବଣ ଏବଂ ଏମିନୋ ଏସିଡ‍୍‌ ଯୋଗାଇଥାଏ ଯାହା ଆପଣ ନିଜର କଡା ଆହାର ବା ଡାଏଟ‍୍‌ରୁ ପାଇ ନ ପାରନ୍ତି ।

ନ୍ୟୁଟ୍ରିଚାର୍ଜ ଓମ୍ୟାନ‍୍‌ ସମ୍ପର୍କିତ ପ୍ରଶ୍ନାବଳୀ

1. ନ୍ୟୁଟ୍ରିଚାର୍ଜ ଓମ୍ୟାନ‍୍‌ ଟାବ‍୍‌ଲେଟ‍୍‌ ସେବନର ଉପାଦେୟତା କ’ଣ?

ନ୍ୟୁଟ୍ରିଚାର୍ଜ ଓମ୍ୟାନ‍୍‌ ଟାବ‍୍‌ଲେଟ‍୍‌ ମହିଳାଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ଏବଂ ସେମାନଙ୍କୁ ଯୁବସୁଲଭ ରଖିବାରେ ସହାୟତା କରୁଥିବା 53ଟି ଲାଭକାରୀ ପୋଷକତତ୍ତ୍ୱ ଯୋଗାଇଥାଏ ଯାହା ମଧ୍ୟର 14ଟି ବିରଳ ଫଳର ନିର୍ଯ୍ୟାସରୁ ପ୍ରାପ୍ତ ଫାଇଟୋନ୍ୟୁଟ୍ରିଏଣ୍ଟ ଅନ୍ତଭୁର୍କ୍ତ । ଏହା 6ଟି ସ୍ୱତନ୍ତ୍ର ପୋଷକତତ୍ତ୍ୱ ମଧ୍ୟ ପ୍ରଦାନ କରିଥାଏ ଯେଉଁଗୁଡ଼ିକ ଜୀବନର ବିଭିନ୍ନ ପର୍ଯ୍ୟାୟରେ ମହିଳାମାନେ ସମ୍ମୁଖୀନ ହେଉଥିବା ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ପ୍ରଦାନ କରିପାରେ । ଅଧିକନ୍ତୁ ଏହା ସେମାନଙ୍କୁ ସୁସ୍ଥ ରଖିବ ପାଇଁ 33ଟି ପ୍ରମୁଖ ଭିଟାମିନ‍୍‌, ଧାତବଲବଣ, ଏଣ୍ଟିଅକ୍ସିଡାଣ୍ଟ ଏବଂ ଏମିନୋ-ଏସିଡ‍୍‌ ସହିତ ସେମାନଙ୍କର ଦୈନିକ ଆବଶ୍ୟକତା ପୂରଣ କରିପାରେ ।

2. ନ୍ୟୁଟ୍ରିଚାର୍ଜ ଓମ୍ୟାନ‍୍‌ ଟାବ‍୍‌ଲେଟ‍୍‌ ନିରାମିଷଙ୍କ ଦ୍ୱାରା ସେବନ କରାଯାଇପାରିବ କି?

ହଁ, ନିରାମିଷମାନେ ଏହାକୁ ସେବନ କରିପାରିବେ କାରଣ ନ୍ୟୁଟ୍ରିଚାର୍ଜ ଓମ୍ୟାନ‍୍‌ ଟାବ‍୍‌ଲେଟ‍୍‌ରେ କୌଣସି ପ୍ରାଣୀଜ (ଆମିଷ) ଉପାଦାନ ନାହିଁ ।

3. ନ୍ୟୁଟ୍ରିଚାର୍ଜ ଓମ୍ୟାନ‍୍‌ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିଛି କି?

ଅଧିକାଂଶ ମହିଳାଙ୍କ ଠାରେ ଭୋଜନ ପରେ ସୁପାରିଶକୃତ ମାତ୍ରାରେ ନ୍ୟୁଟ୍ରିଚାର୍ଜ ଓମ୍ୟାନ‍୍‌ର ଗୋଟିଏ ଟାବ‍୍‌ଲେଟ‍୍‌ ସେବନ କରାଗଲେ ଏହା ସୁ-ସହନୀୟ ହୋଇଥାଏ । କ୍ୱଚିତ‍୍‌ ମାମଲାରେ ଏହା ବାନ୍ତିର ଅନୁଭୂତି, ବାନ୍ତି, ଡାଇରିଆ କିମ୍ବା ତଳିପେଟ ଅସହଜବୋଧତା ସୃଷ୍ଟି କରିପାରେ ।

4. ମୁଁ ଜଣେ ମଧୁମେହ ରୋଗୀ । ମୁଁ ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‌ଲେଟ୍‌ ସେବନ କରିପାରିବି କି?

ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‌ଲେଟ୍‌ ମଧୁମେହରେ ସମ୍ଭବତଃ ଲାଭକାରୀ ହୋଇପାରେ । କ୍ରୋମିୟମ୍‌ ଏବଂ ଭାନାଡିୟମ୍‌ ଭଳି ଧାତବଲବଣ ଶରୀର ଦ୍ୱାରା ଶର୍କରାର ଉପଯୋଗକୁ ଉନ୍ନତ କରିପାରେ; ଗ୍ରିନ୍‍ ଟି ନିର୍ଯ୍ୟାସ ମେଦ ହ୍ରାସ କରିବାରେ ସହାୟକ ହେଉଥିବା ବେଳେ ଭିଟାମିନ୍‌ ଏ, ଜିଙ୍କ୍ ଏବଂ ଅନ୍ୟାନ୍ୟ ଏଣ୍ଟିଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରି ଆଖି କ୍ଷତିକୁ ପ୍ରତିରୋଧ କରିପାରେ । ଆପଣ ନିଜ ଡାକ୍ତରଙ୍କ ସହ ପରାମର୍ଶ କରିପାରନ୍ତି ।

5. ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ କେଉଁମାନେ ବ୍ୟବହାର କରିବା ଉଚିତ?

ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ 14 ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ସମସ୍ତ ଝିଅ ଓ ମହିଳାଙ୍କ ଦ୍ୱାରା ଦୈନିକ ସେବନ କରାଯାଇପାରିବ ।

6. ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‌ଲେଟ୍‌ ସେବନ ପାଇଁ ମୁଁ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ୍‌ ଆବଶ୍ୟକ କରିବି କି?

ଏକ ସ୍ୱାସ୍ଥ୍ୟ ପରିପୂରକ ହୋଇଥିବାରୁ ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଆପଣ ବିନା ପ୍ରେସ୍‌କ୍ରିପ୍ସନ୍‌ରେ ସେବନ କରିପାରିବେ, କିନ୍ତୁ ଯଦି ଆବଶ୍ୟକ ବୋଲି ଭାବୁଛନ୍ତି ତେବେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିପାରନ୍ତି ।

7. ଦୀର୍ଘ ସମୟ ଧରି ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ସେବନ ଜାରି ରଖିଲେ ମୋ ଓଜନ ବଢ଼ିବ ନା କମିବ?

ଏକ ସ୍ୱାସ୍ଥ୍ୟ ପରିପୂରକ ଭାବେ, ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‍ଲେଟ୍‌ ଝିଅ ଓ ମହିଳାମାନଙ୍କୁ ଫିଟ୍‌ ରଖିବା ପାଇଁ ଆହାରଗତ ତ୍ରୁଟିକୁ ସୁଧାରିବାରେ ଏବଂ ପାଚନକୁ ଉନ୍ନତ କରିବାରେ ସହାୟକ ହୋଇପାରେ । ଏଥିରେ ଶରୀରର ଓଜନକୁ ପ୍ରଭାବିତ କରୁଥିବା କୌଣସି ବିଶେଷ ଉପାଦାନ ନାହିଁ। ଗ୍ରିନ୍‍ ଟି ନିର୍ଯ୍ୟାସ ମେଦ ଦହନରେ ସହାୟକ ହୋଇପାରେ ।

8. ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‌ଲେଟ୍‌ ଏକ ଔଷଧ କି?

ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‌ଲେଟ୍‌ ଏକ ଔଷଧ ନୁହେଁ । ଏହା ହେଉଛି ଏକ ସ୍ୱାସ୍ଥ୍ୟ ପରିପୂରକ ଯେଉଁଥିରେ ସମ୍ଭାବ୍ୟ ଲାଭକାରୀ ବଟାନିକାଲ୍‌ (ଫାଇଟୋନ୍ୟୁଟ୍ରିଏଣ୍ଟ), ମହିଳା ଅନୁକୂଳ ବିରଳ ପୋଷକତତ୍ତ୍ୱ, ଧାତବଲବଣ, ଏମିନୋ ଏସିଡ୍‌, ବି-କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ଭିଟାମିନ୍‌ ରହିଛି ।

9. ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଟାବ୍‌ଲେଟ୍‌ କେତେ ସମୟ ପର୍ଯ୍ୟନ୍ତ ସେବନ କରାଯିବା ଉଚିତ?

ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ର ଏକ ଟାବ୍‌ଲେଟ୍‌ ଦୈନିକ ପ୍ରାତଃଭୋଜନ କିମ୍ବା ମଧ୍ୟାହ୍ନ ଭୋଜନ ପରେ ଏକ ଗ୍ଲାସ୍‌ ପାଣି ସହିତ ସେବନ କରାଯିବା ଆବଶ୍ୟକ ।

ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସମ୍ପର୍କିତ ପ୍ରଶ୍ନାବଳୀ

ପ୍ର .1 – ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ଜଣେ କେତେ ଦିନ ପାଇଁ ସେବନ କରିପାରିବେ?

ଶରୀରର ତନ୍ତୁଗୁଡ଼ିକର ବିକାଶ, ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଉଭୟ ପ୍ରୌଢ଼ ଏବଂ ଶିଶୁମାନେ ଦୈନିକ ପାଖାପାଖି 1ଗ୍ରା/କିଗ୍ରା ପ୍ରୋଟିନ୍‌ ଆବଶ୍ୟକ କରିଥାନ୍ତି । ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ପ୍ରୋଟିନ୍‌ର ଏକ ଉତ୍କୃଷ୍ଟ ଉତ୍ସ ହୋଇଥିବାରୁ ଏହାକୁ ଆମର ପ୍ରୋଟିନ୍‌ ପୋଷଣଜନିତ ଅଭାବକୁ ପୂରଣ କରିବା ଲାଗି ଦୈନିକ ସୁପାରିଶକୃତ ମାତ୍ରାରେ ସେବନ କରାଯାଇପାରିବ । ଏପରିକି ୟୁଏସ୍‌ ଫୁଡ୍‌ ଏଣ୍ଡ ଡ୍ରଗ୍‌ ଆଡ୍‍ମିନିଷ୍ଟ୍ରେଶନ୍‌ (USFDA) ଏହା ସୁନିଶ୍ଚିତ କରିଛି ଯେ ଦୈନିକ ସ୍ୱଳ୍ପ ଚର୍ବିଯୁକ୍ତ ଆହାର ସହିତ 25 ଗ୍ରାମ୍‌ ସୋୟା ପ୍ରୋଟିନ୍‌ ସେବନ ହୃଦ୍‌ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ।

ପ୍ର.2- ମୁଁ ଯଦି ପର୍ଯ୍ୟାପ୍ତ ମାତ୍ରାରେ ଫଳ, ପନିପରିବା ଓ ଶସ୍ୟ ସେବନ କରୁଥାଏ ତଥାପି କ’ଣ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିବା ଉପାଦେୟ ହେବ?

ଫଳ, ପନିପରିବା ଓ ଶସ୍ୟ ନିଶ୍ଚିତ ଭାବେ ଆମକୁ କିଛି ମାତ୍ରାରେ ପ୍ରୋଟିନ୍‌ ଯୋଗାଇଥାଏ, କିନ୍ତୁ ଯଦି ଆମେ ଦୈନିକ ପର୍ଯ୍ୟାପ୍ତ ପରିମାଣରେ ବ୍ୟାପକ ପ୍ରକାରର ଡାଲି, ବାଦାମ, ଶସ୍ୟ ଏବଂ ଦୁଗ୍ଧଜାତୀୟ ଉତ୍ପାଦ ନ ଖାଇବା, ତେବେ ଆମକୁ ପର୍ଯ୍ୟାପ୍ତ ପରିମାଣରେ ସମସ୍ତ ଅତ୍ୟାବଶ୍ୟକ ଏମିନୋ ଏସିଡ୍‌ ସହିତ ପାଚନଯୋଗ୍ୟ ସମ୍ପୂର୍ଣ୍ଣ ପ୍ରୋଟିନ୍‌ ମିଳିବ ନାହିଁ । ଆମ ମଧ୍ୟରୁ କେତେକ ପନିପରିବା ପ୍ରୋଟିନ୍‌ ପାଚନ କରିବାରେ ସମସ୍ୟା ଭୋଗିଥାଉ । ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ଉଚ୍ଚ ଗୁଣମାନର ସୋୟା ପ୍ରୋଟିନ୍‌ ଯୋଗାଇଥାଏ ଯାହା ହେଉଛି ସହଜରେ ପାଚନଯୋଗ୍ୟ, ହୃଦୟ ଅନୁକୂଳ, ସମ୍ପୂର୍ଣ୍ଣ ପ୍ରୋଟିନ୍‌ର ଏକ ଉତ୍ସ ଏବଂ ଏହା ଆମର ମୋଟାମୋଟି ସ୍ୱାସ୍ଥ୍ୟ ପାଇଁ ଉତ୍ତମ ସାବ୍ୟସ୍ତ ହୋଇପାରେ । ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ରୁ ଆମେ ସନ୍ତୁଳିତ ମାତ୍ରାରେ ସମସ୍ତ ନଅଗୋଟି ଜରୁରୀ ଏମିନୋ ଏସିଡ୍‌ ପାଇପାରିବା ।

ପ୍ର.3 – ମୁଁ ଖୁବ୍‌ଶୀଘ୍ର କ୍ଳାନ୍ତ ହୋଇଯାଇଥାଏ । ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ମୋତେ ସହାୟତା କରିବ କି?

ପ୍ରୋଟିନ୍‌ର ଅଭାବ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଦୁର୍ବଳ କରିଥାଏ, ତନ୍ତୁର ମରାମତି ଓ ରକ୍ଷଣାବେକ୍ଷଣକୁ ପ୍ରତିରୋଧ କରିଥାଏ ଏବଂ ରୋଗ ପ୍ରତିଷେଧକ କ୍ଷମତା ହ୍ରାସ କରିଥାଏ । ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ଉଚ୍ଚ-ଗୁଣମାନର ବିଶୋଧିତ ଏବଂ ପ୍ରକ୍ରିୟାକୃତ ସୋୟା ପ୍ରୋଟିନ୍‌ ଯୋଗାଇଥାଏ ଯାହା ଶାରୀରିକ ଶକ୍ତି ଏବଂ ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି କରିପାରେ । ସମସ୍ତ ମୁଖ୍ୟ ଧାତବ ଲବଣ ଏବଂ ଭିଟାମିନ୍‌ ପାଇବା ପାଇଁ ପ୍ରୌଢ଼ମାନେ ଦୈନିକ ନ୍ୟୁଟ୍ରିଚାର୍ଜ ମ୍ୟାନ୍‌/ଓମ୍ୟାନ୍‌ର ଏକ ଟାବ୍‌ଲେଟ୍‌ ମଧ୍ୟ ସେବନ କରିବା ଆବଶ୍ୟକ ।

ପ୍ର. 4 – ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି କି?

ଆମେ କେବଳ ସମ୍ପୂର୍ଣ୍ଣ ପୋଷଣର ଏକ ଉପାଦାନ ଭାବେ ଏକ ସନ୍ତୁଳିତ ମାତ୍ରାରେ ପ୍ରୋଟିନ୍‌ ସେବନ କରିବା ଉଚିତ୍‌ । ସୁପାରିଶକୃତ ମାତ୍ରାରେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରାଗଲେ ଏହା ସୁ-ସହନୀୟ ହୋଇଥାଏ କିନ୍ତୁ ଅତ୍ୟଧିକ ପରିମାଣରେ ସେବନ କରାଗଲେ ଏହା ଉଦରସ୍ଫୀତି (ଗ୍ୟାସ୍‌) ସୃଷ୍ଟି କରିପାରେ । କିଡ୍‌ନୀ ରୋଗୀମାନେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଆବଶ୍ୟକ । ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିପାରିବେ ନାହିଁ ।

ପ୍ର. 5 – ମୁଁ ଔଷଧ ମଧ୍ୟ ସେବନ କରୁଛି, ମୁଁ ସେଗୁଡ଼ିକ ସହିତ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିପାରିବି କି?

ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ଏକ ସ୍ୱାସ୍ଥ୍ୟ ପରିପୂରକ ହୋଇଥିବାରୁ ଏହାକୁ ସାଧାରଣ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ଦ୍ୱାରା ମଧ୍ୟ ସେବନ କରାଯାଇପାରିବ। କିନ୍ତୁ, ଯକୃତ (ଲିଭର) ଓ ବୃକ୍‌କ (କିଡ୍‍ନୀ) ରୋଗୀ ଏବଂ ଅନ୍ୟାନ୍ୟ ଗୁରୁତର ରୋଗୀମାନେ ନିଜ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଜରୁରୀ । ଆଣ୍ଠୁଗଣ୍ଠି ବାତ ରୋଗୀମାନେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିପାରିବେ ନାହିଁ ।

ପ୍ର. 6 – ମୁଁ ହୃଦ୍‌ ସମସ୍ୟାଧାରୀ ଜଣେ ମଧୁମେହ ରୋଗୀ । ମୁଁ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିପାରିବି କି?

ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ରେ ସୋୟା ପ୍ରୋଟିନ୍‌ ରହିଛି ଯାହା ରକ୍ତ ଶର୍କରା ଏବଂ ରକ୍ତ କୋଲେଷ୍ଟରଲ୍‌କୁ ମଧ୍ୟ ପରିଚାଳନା କରିବାରେ ସହାୟକ ହୋଇପାରିବ । ଅଧିକନ୍ତୁ, ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ରେ କୌଣସି ଅତିରିକ୍ତ ଶର୍କରା ଏବଂ ଚର୍ବି ନାହିଁ । ଏଥିରେ ରେସିଷ୍ଟାଣ୍ଟ ମାଲ୍ଟୋଡେକ୍ସଟ୍ରିନ୍‌ (ଆହାରଗତ ତନ୍ତୁ) ମଧ୍ୟ ରହିଛି ଯାହା ମଧୁମେହରେ ଉପାଦେୟ । ତଥାପି, ଗୁରୁତର ରୋଗୀମାନେ ନିଜ ଡାକ୍ତରଙ୍କ ପରାମର୍ଶ ହାସଲ କରିବା ଜରୁରୀ ।

ପ୍ର.7 – ଆମେ ଏହାକୁ ଶିଶୁ ଏବଂ ବୃଦ୍ଧଜନଙ୍କୁ ଦେଇପାରିବୁ କି?

ଶିଶୁ ଓ ବୃଦ୍ଧଜନମାନେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିପାରିବେ । ବଢ଼ନ୍ତା ଶିଶୁ ସେମାନଙ୍କ ବୃଦ୍ଧି ଓ ଶାରୀରିକ ବିକାଶ ପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ପ୍ରୋଟିନ୍‌ ଏବଂ ସମସ୍ତ ଅତ୍ୟାବଶ୍ୟକ ଏମିନୋ ଏସିଡ୍‌ ହାସଲ କରିପାରିବେ । ବୃଦ୍ଧଜନମାନେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ରୁ ପ୍ରାପ୍ତ ସମ୍ପୂର୍ଣ୍ଣ ପ୍ରୋଟିନ୍‌କୁ ସହଜରେ ହଜମ କରିପାରିବେ ଏବଂ ଅଧିକ ସୁସ୍ଥ ରହିପାରିବେ । ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ରହିଥିବା ତନ୍ତୁ ପାଚନ କ୍ରିୟାକୁ ମଧ୍ୟ ଉନ୍ନତ କରିପାରେ ।

ପ୍ର.8 – ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ଦିଆଯିବାର ଉପାଦେୟତା କ’ଣ?

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପ୍ରୋଟିନ୍‌ ଆବଶ୍ୟକତା ଅପେକ୍ଷାକୃତ ବଢ଼ିଯାଇଥାଏ । ସେମାନେ ନିଜର ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ହିଁ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିପାରିବେ କାରଣ ଏହା ହେଉଛି ଉଚ୍ଚ ଗୁଣମାନ ପ୍ରୋଟିନ୍‌, ଲୌହସାର, ଫୋଲିକ୍‌ ଏସିଡ୍‌ ଏବଂ କ୍ୟାଲ୍‌ସିୟମ୍‌ ଯୁକ୍ତ ଉତ୍କୃଷ୍ଟ ପରିପୂରକ । ସମ୍ପୂର୍ଣ୍ଣ ପ୍ରୋଟିନ୍‌ ଉଭୟ ମା’ ଓ ଶିଶୁଙ୍କ ଠାରେ ରୋଗ ପ୍ରତିରୋଧୀ କ୍ଷମତା ବିକଶିତ କରିବା ଓ ଶିଶୁର ଉପଯୁକ୍ତ ବିକାଶରେ ସହାୟକ ହୋଇଥାଏ ।

ପ୍ର.9 – ନିରାମିଷମାନେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିପାରିବେ କି?

ହଁ, ନିରାମିଷମାନେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ସେବନ କରିପାରିବେ କାରଣ ଏଥିରେ କୌଣସି ପ୍ରାଣୀଜ (ଆମିଷ) ଉତ୍ସରୁ ପ୍ରାପ୍ତ ଉପାଦାନ ନାହିଁ ।

ପ୍ର.10. ମୁଁ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ କିପରି ଓ କେତେ ମାତ୍ରାରେ ସେବନ କରିବି?

ପ୍ରୌଢ଼ ପୁରୁଷ ଓ ମହିଳା ଦୈନିକ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ର 2 ମାତ୍ରା (ପ୍ରତ୍ୟେକ 20 ଗ୍ରା), ଏବଂ ଶିଶୁମାନେ 1 ମାତ୍ରା ସେବନ କରିପାରିବେ । ଏକ ଶେକର୍‌ କିମ୍ବା ମିକ୍ସର୍‌ରେ ଥଣ୍ଡା ଦୁଗ୍ଧ କିମ୍ବା ପାଣିରେ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ଗୁଣ୍ଡ ମିଶାନ୍ତୁ । ଏହା ସହିତ ସ୍ୱାଦ ଅନୁଯାୟୀ ଚିନି କିମ୍ବା ସ୍ୱିଟନର୍‌ ମିଶାନ୍ତୁ ଏବଂ ହଲାନ୍ତୁ । ତା’ପରେ ପର୍ଯ୍ୟାପ୍ତ ପରିମାଣରେ ଦୁଗ୍ଧ ଏବଂ ପାଣି ମିଶାନ୍ତୁ ଓ ମିଶ୍ରଣକୁ ପିଅନ୍ତୁ ।

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସମ୍ପର୍କିତ ପ୍ରଶ୍ନାବଳୀ

ପ୍ର.1 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ କ’ଣ?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ହେଉଛି ଏକ ପୋଷଣ ପରିପୂରକ ଯାହା ଶରୀରର ଚର୍ବି ହ୍ରାସ କରିବାରେ ଫଳପ୍ରଦ ।

ପ୍ର.2 – ମୋ ଶରୀର ଯଦି ଫିଟ୍‌ ତେବେ ମୁଁ କାହିଁକି ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ କରିବି?

ଏକ ସ୍ୱାଭାବିକ ଶରୀରରେ ମଧ୍ୟ ଶାରୀରିକ ଚର୍ବି ରହିଥାଏ ଯାହାକୁ କେବଳ ଏକ ବଡି ସ୍କାନର୍‌ ମାଧ୍ୟମରେ ଜାଣିହେବ । ଦୟାକରି ନିଜକୁ ଏକ ବଡି ସ୍କାନର୍‌ରେ ଯାଞ୍ଚ କରାଇନିଅନ୍ତୁ । ଶରୀର ଚର୍ବି ପୁରୁଷଙ୍କ କ୍ଷେତ୍ରରେ 25% ରୁ ଅଧିକ ଏବଂ ମହିଳାଙ୍କ କ୍ଷେତ୍ରରେ 30% ରୁ ଅଧିକ ଥିଲେ ଆପଣ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ କରିବା ଆରମ୍ଭ କରିଦେବା ଆବଶ୍ୟକ ।

ପ୍ର.3 – ଓଜନ ହ୍ରାସ କରିବାର ପ୍ରକ୍ରିୟା ସମୟରେ ମାଂସପେଶୀକୁ ସୁରକ୍ଷା ପ୍ରଦାନ କରାଯିବା କାହିଁକି ଗୁରୁତ୍ୱପୂର୍ଣ୍ଣ?

କାରଣ ମାଂଶପେଶୀ ହାନି କାରଣରୁ ଦୁର୍ବଳତା ଦେଖାଦେଇଥାଏ ।

ପ୍ର.4 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ବହୁତ ମହଙ୍ଗା?

ଦୟାକରି ଏହା ପ୍ରଦାନ କରୁଥିବା ଟଙ୍କାର ଉଚିତ୍‌ ମୂଲ୍ୟକୁ ବୁଝନ୍ତୁ । ଅତ୍ୟଧିକ ଶାରୀରିକ ଚର୍ବି କାରଣରୁ ଭବିଷ୍ୟତରେ ଗୁରୁତର ବ୍ୟାଧି ଯେପରି ହୃଦ୍‌ରୋଗ, ମଧୁମେହ, ଆଣ୍ଠୁ ଯନ୍ତ୍ରଣା ଇତ୍ୟାଦି ଦେଖାଦେଇପାରେ । ଏହି ବ୍ୟାଧିଗୁଡ଼ିକର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ । ଯଦି ଆପଣ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସହାୟତାରେ ନିଜ ଶରୀରର ଚର୍ବି ହ୍ରାସ କରନ୍ତି ତେବେ ଆପଣ କେବଳ ଯେ ଏହିସବୁ ମାରାତ୍ମକ ରୋଗଗୁଡ଼ିକରୁ ନିଜକୁ ରକ୍ଷା କରିବେ ତାହା ନୁହେଁ ବରଂ ତାହାର ଚିକିତ୍ସା ପାଇଁ ଆବଶ୍ୟକ ବିପୁଳ ପରିମାଣର ଅର୍ଥରାଶି ମଧ୍ୟ ସଞ୍ଚୟ କରିପାରିବେ ।

ପ୍ର.5 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସହିତ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ ମଧ୍ୟ ସେବନ କରାଯାଇପାରିବ କି?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ରାତ୍ରୀଭୋଜନ ବଦଳରେ ସେବନ କରାଯିବା ଆବଶ୍ୟକ । ପ୍ରତିଦିନ ସକାଳେ ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଏବଂ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍‌ କିମ୍ବା ନ୍ୟୁଟ୍ରିଚାର୍ଜ ଓମ୍ୟାନ୍‌ ଏବଂ ନ୍ୟୁଟ୍ରିଚାର୍ଜ ଷ୍ଟ୍ରବେରୀ ପ୍ରୋଡାଏଟ୍‌ ସେବନ କରାଯିବା ଅତ୍ୟନ୍ତ ଉପାଦେୟ ।

ପ୍ର.6 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ଦିନରେ କେଉଁ ସମୟରେ ସେବନ କରାଯିବା ଆବଶ୍ୟକ?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ହେଉଛି ଏକ “ଭୋଜନ ବଦଳ” ଉତ୍ପାଦ । ଏହାକୁ ରାତ୍ରୀଭୋଜନ ବଦଳରେ ସେବନ କରାଯିବା ଉଚିତ ।

ପ୍ର.7 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ କେତେ ସମୟ ପାଇଁ ସେବନ କରାଯିବା ଉଚିତ?

ବଡି ସ୍କାନର୍‌ରେ ପୁରୁଷଙ୍କ କ୍ଷେତ୍ରରେ ଶାରୀରିକ ଚର୍ବି 20% ରୁ କମ୍‌ ଏବଂ ମହିଳାଙ୍କ କ୍ଷେତ୍ରରେ 25%ରୁ କମ୍‌ ପ୍ରଦର୍ଶିତ ହେବା ପର୍ଯ୍ୟନ୍ତ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ କରାଯିବା ଉଚିତ ।

ପ୍ର. 8 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ଶରୀର ଚର୍ବିକୁ କିପରି ହ୍ରାସ କରିବାରେ ସହାୟକ ହୁଏ?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ଥିବା ଚର୍ବି ହ୍ରାସକାରୀ ଉପାଦାନ ଆମ ଶରୀରର ଚର୍ବିକୁ ହ୍ରାସ କରିବାରେ ସହାୟତା କରିଥାଏ ।

ପ୍ର.9 – ବଜାରରେ ଉପଲବ୍ଧ ଅନ୍ୟାନ୍ୟ ଓଜନ ହ୍ରାସ ଉତ୍ପାଦଗୁଡ଼ିକ ତୁଳନାରେ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ କିଭଳି ଭାବେ ଉତ୍ତମ?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ଚର୍ବି ହ୍ରାସକାରି ଉପାଦାନ ଏବଂ ସର୍ବୋତ୍ତମ ଗୁଣମାନର ପ୍ରୋଟିନ୍‌ ରହିଛି ।

ପ୍ର. 10 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ପ୍ରୋଟିନ୍‌ କାହିଁକି ରହିଛି?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ରହିଥିବା ପ୍ରୋଟିନ୍‌ ମାଂସପେଶୀଗୁଡ଼ିକୁ ରକ୍ଷା କରିବା ସହ ଶରୀରରେ ନୂଆ ଚର୍ବି ଜମାଟକୁ ପ୍ରତିରୋଧ କରିଥାଏ ।

ପ୍ର.11 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ କେତୋଟି ଏବଂ କେଉଁ କେଉଁ ଚର୍ବି ହ୍ରାସକାରୀ ଉପାଦାନ ରହିଛି?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ତିନିଗୋଟି ଚର୍ବି ହ୍ରାସକାରୀ ଉପାଦାନ ଅଛି । ସେଗୁଡ଼ିକ ହେଲା: ଗାର୍ସିନିଆ କାମ୍ବୋଜିଆ, ସିଏଲ୍‌ଏ ଏବଂ ଗ୍ରିନ୍‍ କଫି ବିନ୍‌ ନିର୍ଯ୍ୟାସ ।

ପ୍ର.12 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ରହିଥିବା ଗ୍ରିନ୍‍ କଫି ବିନ୍‌ ନିର୍ଯ୍ୟାସର ବିଶେଷତ୍ୱ କ’ଣ?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ବ୍ୟବହୃତ ଗ୍ରିନ୍‍ କଫି ବିନ୍‌ରେ ସ୍ୱେଟଲ୍‌ ଥାଏ ଏବଂ ଏହା କ୍ଲିନିକାଲି ପ୍ରମାଣିତ ।

ପ୍ର.13 – ଗ୍ରିନ୍‍ କଫି ବିନ୍‌ ନିର୍ଯ୍ୟାସ ଶରୀରର ଚର୍ବି ହ୍ରାସରେ କିପରି ସହାୟକ ହୋଇଥାଏ?

ଏହା ଶରୀରରେ ଜମା ହୋଇ ରହିଥିବା ଚର୍ବିକୁ ହ୍ରାସ କରିଥାଏ ।

ପ୍ର.14 – ଯଦି ମୁଁ ରାତିରେ ଗ୍ରିନ୍‍ କଫି ବିନ୍‌ ନିର୍ଯ୍ୟାସ ସେବନ କରେ ତା’ହେଲେ ମୋତେ ନିଦ ହେବନାହିଁ?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ରହିଥିବା ଗ୍ରିନ୍‍ କଫି ବିନ୍‌ ନିର୍ଯ୍ୟାସ ଡିକାଫିନେଟେଡ୍‌ ଅଟେ । ଏହି କାରଣରୁ ରାତିରେ ନିଦ୍ରା ହାନି ଘଟିବ ନାହିଁ ।

ପ୍ର.15 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ କେଉଁ ସିଏଲ୍ଏ ଦିଆଯାଇଛି?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ଟୋନାଲିନ୍‌ ସିଏଲ୍‌ଏ (ଇଟାଲୀରୁ) ଦିଆଯାଇଛି ।

ପ୍ର.16 – ଏହି ସିଏଲ୍‌ଏ କ୍ଲିନିକାଲି ପ୍ରମାଣିତ କି?

ହଁ, ଶରୀର ଚର୍ବି ହ୍ରାସ ପାଇଁ ଏହି ସିଏଲ୍‌ଏ କ୍ଲିନିକାଲି ପ୍ରମାଣିତ ଅଟେ ।

ପ୍ର.17 – ଶରୀର ଚର୍ବିକୁ ହ୍ରାସ କରିବାରେ ସିଏଲ୍‌ଏ କିପରି ସହାୟକ?

ସିଏଲ୍‌ଏ ଶରୀରରେ ଚର୍ବି କୋଷିକାଗୁଡ଼ିକର ସଂଖ୍ୟାକୁ ହ୍ରାସ କରିଥାଏ । ଏହା ଉକ୍ତ କୋଷିକାଗୁଡ଼ିକରେ ଜମା ହୋଇଥିବା ଚର୍ବିକୁ ମଧ୍ୟ ହ୍ରାସ କରିଥାଏ ।

ପ୍ର.18 – ଶରୀର ଚର୍ବିକୁ ହ୍ରାସ କରିବାରେ ଗାର୍ସିନିଆ କାମ୍ବୋଜିଆ କିପରି ସହାୟକ?

ଗାର୍ସିନିଆ କାମ୍ବୋଜିଆ ଶରୀରରେ ଜମା ପୁରୁଣା ଚର୍ବିକୁ ହ୍ରାସ କରିଥାଏ ଏବଂ ଶରୀରରେ ନୂଆ ଚର୍ବି ଜମାଟକୁ ପ୍ରତିରୋଧ କରିଥାଏ ।

ପ୍ର.19 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ କ୍ଲିନିକାଲି ପ୍ରମାଣିତ ହୋଇଥିବାର ମହତ୍ତ୍ୱ କ’ଣ?

ଏହାର ଅର୍ଥ ହେଉଛି ସରକାରୀ ସ୍ୱୀକୃତିପ୍ରାପ୍ତ ବିଶେଷଜ୍ଞମାନଙ୍କ ଏଥିକାଲ‍୍‌ କମିଟି ପ୍ରମାଣପତ୍ର ଦେଇଛନ୍ତି ଯେ ଏହି ଉତ୍ପାଦଟି ଶରୀରର ଚର୍ବିକୁ ହ୍ରାସ କରିଥାଏ ବୋଲି ବୈଜ୍ଞାନିକ ଭାବେ ପ୍ରମାଣିତ । ଏହି ଉତ୍ପାଦଟି ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଭାବେ ନିରାପଦ ବୋଲି ମଧ୍ୟ ଏହା ପ୍ରମାଣିତ କରିଥାଏ ।

ପ୍ର.20 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ କେତେ ପ୍ରକାରର ପ୍ରୋଟିନ୍‌ ରହିଛି?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ରେ ଆଇସୋଲେଟେଡ୍‌ ସୋୟା ପ୍ରୋଟିନ୍‌ ଏବଂ ହ୍ୱେ ପ୍ରୋଟିନ୍‌ ରହିଛି ।

ପ୍ର.21 – ପ୍ରତ୍ୟେକ ସ୍ୟାଚେଟ୍‍ ରେ କେତେ ପରିମାଣର ପ୍ରୋଟିନ୍‌ ରହିଥାଏ?

ପ୍ରତ୍ୟେକ ସ୍ୟାଚେଟ୍‍ ରେ 15 ଗ୍ରାମ୍‌ ପ୍ରୋଟିନ୍‌ ରହିଥାଏ ।

ପ୍ର.22 – ପ୍ରୋଟିନ୍‌ କେଉଁ ଉତ୍ସରୁ ପ୍ରାପ୍ତ କରାଯାଏ?

ଏହି ପ୍ରୋଟିନ୍‌ ଡ୍ୟୁପଣ୍ଟ, ଆମେରିକାରୁ ପ୍ରାପ୍ତ କରାଯାଇଥାଏ ।

ପ୍ର.23 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ କରିବା ସମୟରେ ଆହାରର ଯତ୍ନ ନିଆଯିବା ଆବଶ୍ୟକ କି?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ କରିବା ସମୟରେ ଆପଣ ରାତିରେ ଖାଦ୍ୟ ନ ଖାଇବା ଆବଶ୍ୟକ । ସାରା ଦିନରେ 1500 କ୍ୟାଲୋରୀର ଖାଦ୍ୟ ସେବନ କରାଯିବା ଏବଂ ଚର୍ବିବହୁଳ ଖାଦ୍ୟକୁ ଏଡ଼ାଯିବା ଆବଶ୍ୟକ । ନ୍ୟୁଟ୍ରିସନ୍‌ ସାଇନ୍ସ ପୁସ୍ତକରେ ପ୍ରଦତ୍ତ ଆହାର ଯୋଜନାକୁ ଆପଣ ଅନୁସରଣ କରିବା ଉଚିତ ।

ପ୍ର.24 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ କରିବା ସମୟରେ ବ୍ୟାୟାମ କରିବା ଜରୁରୀ କି?

ହଁ, ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ କରିବା ସମୟରେ ବ୍ୟାୟାମ କରାଯିବା (6000 ପାଦ ଚାଲିବା ଏବଂ 250 ପାହାଚ ଚଢ଼ିବା) ଜରୁରୀ ।

ପ୍ର.25 – ଯଦି ବ୍ୟକ୍ତି ମଧୁମେହରେ ପୀଡ଼ିତ ତେବେ ସେ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ କରିପାରିବେ କି?

ଯଦି ବ୍ୟକ୍ତି ମଧୁମେହରେ ପୀଡ଼ିତ, ତେବେ ପ୍ରଥମେ, ଦୟାକରି ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ଟାବ୍‌ଲେଟ୍‌, ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ ଏବଂ ଡାକ୍ତରଙ୍କ ଦ୍ୱାରା ପ୍ରଦତ୍ତ ଔଷଧ ସହାୟତାରେ ତାଙ୍କ ମଧୁମେହକୁ ନିୟନ୍ତ୍ରଣକୁ ଆଣନ୍ତୁ । ଏହାପରେ, ତାଙ୍କ ଶରୀର ମେଦ ବା ଚର୍ବିକୁ ହ୍ରାସ କରିବା ପାଇଁ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନର ପ୍ରସ୍ତାବ ଦିଅନ୍ତୁ ।

ପ୍ର.26 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ର ସେବନ କେଉଁ ବୟସରେ ଆରମ୍ଭ କରାଯାଇପାରିବ?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ 14 ବର୍ଷ ବୟସରୁ ଆରମ୍ଭ କରାଯାଇପାରିବ ।

ପ୍ର.27 – ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ ପରେ ଯଦି ବ୍ୟକ୍ତିଙ୍କୁ ରାତିରେ ଭୋକ ଲାଗେ ତେବେ କ’ଣ କରାଯିବ?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ସେବନ ପରେ ଯଦି ବ୍ୟକ୍ତି ଭୋକିଲା ଅନୁଭବ କରନ୍ତି ତେବେ ସେ ସାଲାଡ୍‌ କିମ୍ବା ସୁପ୍‌ ସେବନ କରିପାରନ୍ତି ।

ନ୍ୟୁଟ୍ରିଚାର୍ଜ ବିଜେ ସମ୍ପର୍କିତ ପ୍ରଶ୍ନାବଳୀ

ପ୍ର.1 – ନ୍ୟୁଟ୍ରିଚାର୍ଜ ବିଜେ କ’ଣ?

ନ୍ୟୁଟ୍ରିଚାର୍ଜ ବିଜେ ହେଉଛି ଅସ୍ଥି ଓ ଗଣ୍ଠିଗୁଡ଼ିକ ପାଇଁ ଏକ ସ୍ୱାସ୍ଥ୍ୟ ପରିପୂରକ । ଏହାକୁ ଖାସ୍‌ ଆଣ୍ଠୁ ଗଣ୍ଠି ପାଇଁ ପ୍ରସ୍ତୁତ କରାଯାଇଛି ।

ପ୍ର.2 – ନ୍ୟୁଟ୍ରିଚାର୍ଜ ବିଜେ ଏକ ଔଷଧ କି?

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ଏକ ଔଷଧ ନୁହେଁ । ଏହା ଏକ ଖାଦ୍ୟ ସପ୍ଲିମେଣ୍ଟ ବା ପରିପୂରକ ।

ପ୍ର.3 – ନ୍ୟୁଟ୍ରିଚାର୍ଜ ବିଜେ କେଉଁମାନେ ସେବନ କରିବା ଉଚିତ୍‌?

ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ବ୍ୟକ୍ତିମାନେ ତୁରନ୍ତ ନ୍ୟୁଟ୍ରିଚାର୍ଜ ବିଜେ ସେବନ ଆରମ୍ଭ କରିଦେବା ଆବଶ୍ୟକ ।

ପ୍ର.4 – ଅନ୍ୟାନ୍ୟ ଗଣ୍ଠିର ଯନ୍ତ୍ରଣା ଓ ସେଗୁଡ଼ିକୁ ସୁଦୃଢ଼ କରିବା ପାଇଁ ନ୍ୟୁଟ୍ରିଚାର୍ଜ ବିଜେ ବ୍ୟବହାର କରାଯାଇପାରିବ କି?

ଆଣ୍ଠୁ ଗଣ୍ଠିଗୁଡ଼ିକ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗଣ୍ଠି କାରଣ ତାହା ଆମ ସମଗ୍ର ଶରୀରର ଭାର ବହନ କରିଥାଏ । ତେଣୁ, ଏହି ଗଣ୍ଠିଗୁଡ଼ିକର ଯତ୍ନ ନିଆଯିବା ଅତି ଜରୁରୀ । ହେଲେ, ନ୍ୟୁଟ୍ରିଚାର୍ଜ ବିଜେ ଅନ୍ୟାନ୍ୟ ଗଣ୍ଠିଗୁଡ଼ିକର ସ୍ୱାସ୍ଥ୍ୟକୁ ଉନ୍ନତ କରିପାରିବ ।

ପ୍ର.5 – ନ୍ୟୁଟ୍ରିଚାର୍ଜ ବିଜେ ବହୁତ ମହଙ୍ଗା?

ଦୟାକରି ଏହା ପ୍ରଦାନ କରୁଥିବା ଟଙ୍କାର ଉଚିତ୍‌ ମୂଲ୍ୟକୁ ବୁଝନ୍ତୁ । ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଗିଥାଏ । ଯଦି ଆପଣ ଏବେଠାରୁ ନ୍ୟୁଟ୍ରିଚାର୍ଜ ବିଜେ ସେବନ ଆରମ୍ଭ କରିଦିଅନ୍ତି ତେବେ ଆପଣ ଭବିଷ୍ୟତର ଏହି ବଡ଼ ଖର୍ଚ୍ଚକୁ ଏଡ଼ାଇପାରିବେ ।

ପ୍ର.6 – ନ୍ୟୁଟ୍ରିଚାର୍ଜ ବିଜେ ଟାବ୍‌ଲେଟ୍‌ ଏବଂ ସ୍ୟାଚେଟ୍‍କୁ ଏକାଠି ସେବନ କରାଯିବା ଆବଶ୍ୟକ କି?

ନ୍ୟୁଟ୍ରିଚାର୍ଜ ବିଜେକୁ ଏପରି ଉପାୟରେ ପ୍ରସ୍ତୁତ କରାଯାଇଛି ଯେ କେତେକ ପୋଷକତତ୍ତ୍ୱକୁ ଟାବ୍‌ଲେଟ୍‌ରେ ଏବଂ କେତେକ ପୋଷକତତ୍ତ୍ୱକୁ ସ୍ୟାଚେଟ୍‍ ରେ ରଖାଯାଇଛି । ଯେଉଁ ପୋଷକତତ୍ତ୍ୱକୁ ପ୍ରଭାବୀ ପରିମାଣରେ ଟାବ୍‌ଲେଟ୍‌ରେ ରଖାଯାଇପାରି ନାହିଁ ସେଗୁଡ଼ିକୁ ସ୍ୟାଚେଟ୍‍ ରେ ରଖାଯାଇଛି । ଟାବ୍‌ଲେଟ୍‌ରେ ସେହିସବୁ ପୋଷକତତ୍ତ୍ୱ ରଖାଯାଇଛି ଯେଉଁଗୁଡ଼ିକୁ ତାହାର ପିତା ସ୍ୱାଦ କାରଣରୁ ସ୍ୟାଚେଟ୍‍ ରେ ରଖାଯାଇପାରି ନାହିଁ । ତେଣୁ, ସର୍ବୋପଯୁକ୍ତ ପ୍ରଭାବ ପାଇଁ ନ୍ୟୁଟ୍ରିଚାର୍ଜ ବିଜେ ଟାବ୍‌ଲେଟ୍‌ ଓ ସ୍ୟାଚେଟ୍‍କୁ ଏକାଠି ସେବନ କରାଯିବା ଉଚିତ ।
କେତେକ ପୋଷକତତ୍ତ୍ୱକୁ ଟାବ୍‌ଲେଟ୍‌ରେ ରଖାଯାଇଛି । ଉତ୍ତମ ଅବଶୋଷଣକୁ ସୁନିଶ୍ଚିତ କରିବା ପାଇଁ ଅନ୍ୟାନ୍ୟ ପୋଷକ ତତ୍ତ୍ୱଗୁଡ଼ିକୁ ସ୍ୟାଚେଟ୍‍ ରେ ରଖାଯାଇଛି । ଉଦାହରଣ ସ୍ୱରୂପ, ଉତ୍ତମ ଅବଶୋଷଣ ପାଇଁ କ୍ୟାଲ୍‌ସିୟମ୍‌କୁ ସ୍ୟାଚେଟ୍‍ ରେ ଏବଂ ଭିଟାମିନ୍‌ କେ27 ର ଉତ୍ତମ ଅବଶୋଷଣ ପାଇଁ ତାହାକୁ ଟାବ୍‌ଲେଟ୍‌ରେ ରଖାଯାଇଛି । ତେଣୁ, ସ୍ୟାଚେଟ୍‍ ଓ ଟାବ୍‌ଲେଟ୍‌କୁ ଏକାଠି ସେବନ କରାଯିବା ଜରୁରୀ ।

ପ୍ର.7 – ନ୍ୟୁଟ୍ରିଚାର୍ଜ ବିଜେ କେତେ ସମୟ ପର୍ଯ୍ୟନ୍ତ ସେବନ କରାଯିବା ଆବଶ୍ୟକ?

ସାଧାରଣତଃ, ନ୍ୟୁଟ୍ରିଚାର୍ଜ ବିଜେ ଏକ ମାସରେ ଏହାର ପ୍ରଭାବ ଦେଖାଇଥାଏ । କିନ୍ତୁ ଉତ୍ତମ ଉପଶମ ପାଇଁ ଏହାକୁ ଅତି କମ୍‌ରେ 3 ମାସ ପର୍ଯ୍ୟନ୍ତ ସେବନ କରାଯିବା ଆବଶ୍ୟକ । ବ୍ୟକ୍ତିଙ୍କ ଆଣ୍ଠୁ ଗଣ୍ଠିର ସ୍ଥିତି ଭିତ୍ତିରେ ଉପଶମ ମିଳିବାର ସମୟ ଭିନ୍ନ ବ୍ୟକ୍ତିଙ୍କ ପାଇଁ ଭିନ୍ନ ହୋଇପାରେ । ଦୀର୍ଘ ସମୟ ଧରି ନ୍ୟୁଟ୍ରିଚାର୍ଜ ବିଜେ ସେବନ କରିବାର କିଛି କ୍ଷତି ନାହିଁ ।

ପ୍ର.8 – ନ୍ୟୁଟ୍ରିଚାର୍ଜ ବିଜେ ଦିନର କେଉଁ ସମୟରେ ସେବନ କରାଯିବା ଆବଶ୍ୟକ?

ନ୍ୟୁଟ୍ରିଚାର୍ଜ ବିଜେ ସନ୍ଧ୍ୟାବେଳେ ସେବନ କରାଯିବା ଆବଶ୍ୟକ । ଯଦି ସନ୍ଧ୍ୟାବେଳେ ସେବନ କରିବା ସୁବିଧାଜନକ ନ ହୁଏ ତେବେ, ବ୍ୟକ୍ତି ନିଜ ସୁବିଧା ଅନୁଯାୟୀ ଏକ ସମୟ ବାଛିପାରନ୍ତି । କିନ୍ତୁ ଏହା ସୁନିଶ୍ଚିତ କରନ୍ତୁ ଯେ ଏହାକୁ ଯେପରି ପ୍ରତିଦିନ ସମାନ ସମୟରେ ସେବନ କରାଯାଏ ।

ପ୍ର.9 – ନ୍ୟୁଟ୍ରିଚାର୍ଜ ବିଜେ କିପରି ସେବନ କରାଯିବ?

ସ୍ୟାଚେଟ୍‍ର ପାଉଡରକୁ ଏକ ଗ୍ଲାସ୍‌ ପାଣିରେ ମିଶାଯିବା ଆବଶ୍ୟକ । ଏହା ସହିତ ଟାବ୍‌ଲେଟ୍‌ ସେବନ କରାଯିବା ଆବଶ୍ୟକ ।

ପ୍ର.10 – ନ୍ୟୁଟ୍ରିଚାର୍ଜ ବିଜେର ପାର୍ଶ୍ୱ ପ୍ରତିକ୍ରିୟାର କୌଣସି ସମ୍ଭାବନା ରହିଛି କି?

ନ୍ୟୁଟ୍ରିଚାର୍ଜ ବିଜେ କାରଣରୁ କିଛି ଦିନ ଝାଡ଼ା ହୋଇପାରେ ।

ପ୍ର.11 – ନ୍ୟୁଟ୍ରିଚାର୍ଜ ବିଜେ ଦ୍ୱାରା ଯେଉଁ ବ୍ୟକ୍ତିମାନେ ଲାଭାନ୍ୱିତ ହେବେ ସେମାନଙ୍କୁ ଆମେ କିପରି ଠାବ କରିବା?

ଯେଉଁଠାରେ ସିଡି ବା ପାହାଚ ଥିବ ଏପରି ବ୍ୟକ୍ତିମାନେ ସେଠାରେ ମିଳିବେ । ଯେଉଁ ବ୍ୟକ୍ତିମାନେ ସିଡି ଚଢ଼ିବାରେ ଯନ୍ତ୍ରଣା ଓ ଅସହଜବୋଧତା ଅନୁଭବ କରନ୍ତି ସେମାନଙ୍କ ପାଇଁ ନ୍ୟୁଟ୍ରିଚାର୍ଜ ବିଜେ ଉପାଦେୟ ।

ପ୍ର.12 – ଗ୍ଲୁକୋଜାମାଇନ୍‌ ସଲ୍‌ଫେଟ୍‌ ତୁଳନାରେ ଗ୍ଲୁକୋଜାମାଇନ୍‌ ହାଇଡ୍ରୋକ୍ଲୋରାଇଡ୍‌ କାହିଁକି ଉତ୍ତମ?

ଗ୍ଲୁକୋଜାମାଇନ୍‌ ହାଇଡ୍ରୋକ୍ଲୋରାଇଡ୍‌ର 99% ବିଶୁଦ୍ଧତା ତୁଳନାରେ ଗ୍ଲୁକୋଜାମାଇନ୍‌ ସଲ୍‌ଫେଟ୍‌ର ବିଶୁଦ୍ଧତା ହେଉଛି 74% । 750 ମିଗ୍ରା ଗ୍ଲୁକୋଜାମାଇନ୍‌ ହାଇଡ୍ରୋକ୍ଲୋରାଇଡ୍‌ 1304 ମିଗ୍ରା ଗ୍ଲୁକୋଜାମାଇନ୍‌ ସଲ୍‌ଫେଟ୍‌ର ସମତୁଲ୍ୟ ହୋଇଥାଏ । ବଜାରରେ ଉପଲବ୍ଧ ଅନେକ ଉତ୍ପାଦରେ ରହିଥିବା ଗ୍ଲୁକୋଜାମାଇନ୍‌ ମାଛ ଅସ୍ଥିରୁ ସଂଗୃହୀତ ହୋଇଥାଏ । ନ୍ୟୁଟ୍ରିଚାର୍ଜ ବିଜେରେ ରହିଥିବା ଗ୍ଲୁକୋଜାମାଇନ୍‌ ହାଇଡ୍ରୋକ୍ଲୋରାଇଡ୍‌ ସମ୍ପୂର୍ଣ୍ଣ ନିରାମିଷ ।

ପ୍ର.13 – ନ୍ୟୁଟ୍ରିଚାର୍ଜ ବିଜେରେ ରହିଥିବା ଦୁଗ୍ଧ କ୍ୟାଲ୍‌ସିୟମ୍‌ ଅନ୍ୟ କୌଣସି କ୍ୟାଲ୍‌ସିୟମ୍‌ରୁ କିପରି ଭିନ୍ନ?

ଅନ୍ୟ କୌଣସି କ୍ୟାଲ୍‌ସିୟମ୍‌ ତୁଳନାରେ ଦୁଗ୍ଧ କ୍ୟାଲ୍‌ସିୟମ୍‌ ଉତ୍ତମ ଭାବେ ଅବଶୋଷିତ ହୋଇଥାଏ । ଦୁଗ୍ଧ କ୍ୟାଲ୍‌ସିୟମ୍‌ରେ ଅସ୍ଥି ସୁଦୃଢ଼କାରୀ ଧାତବ ଲବଣ ରହିଥାଏ । ଅନ୍ୟ କୌଣସି କ୍ୟାଲ୍‌ସିୟମ୍‌ରେ ଏପରି ଧାତବ ଲବଣ ନ ଥାଏ ।

ପ୍ର.14 – ନ୍ୟୁଟ୍ରିଚାର୍ଜ ବିଜେରେ ମ୍ୟାଗ୍ନେସିୟମ୍‌ କାହିଁକି ରହିଛି?

ଆମ ଖାଦ୍ୟରୁ କ୍ୟାଲ୍‌ସିୟମ୍‌ ଅବଶୋଷଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମ୍ୟାଗ୍ନେସିୟମ୍‌ ଆବଶ୍ୟକ ହୋଇଥାଏ । ଅସ୍ଥିରେ କ୍ୟାଲ୍‌ସିୟମ୍‌ ଜମାଟ ମାଧ୍ୟମରେ ଅସ୍ଥିର ସୁଦୃଢ଼ୀକରଣ ପାଇଁ ମ୍ୟାଗ୍ନେସିୟମ୍‌ ଆବଶ୍ୟକ ହୋଇଥାଏ । ମ୍ୟାଗ୍ନେସିୟମ୍‌କୁ ଏହାର ଅନେକ ଉପାଦେୟ ଗୁଣ କାରଣରୁ “ମିରାକଲ୍‍ ମିନେରାଲ୍‌” କୁହାଯାଇଥାଏ ।

ପ୍ର.15 – ମ୍ୟାଗ୍ନେସିୟମ୍‌ର ଆର୍‌ଡିଏ କ’ଣ? ନ୍ୟୁଟ୍ରିଚାର୍ଜ ବିଜେରେ କେତେ ପରିମାଣରେ ମ୍ୟାଗ୍ନେସିୟମ୍‌ ରହିଛି?
ପୁରୁଷ ଓ ମହିଳାଙ୍କ ପାଇଁ ଉପାଦାନଗତ ମ୍ୟାଗ୍ନେସିୟମ୍‌ର ଆର୍‌ଡିଏ ହେଉଛି 300 ମିଗ୍ରା । ସମ୍ପୂର୍ଣ୍ଣ 300 ମିଗ୍ରାର ଉପାଦାନଗତ ମ୍ୟାଗ୍ନେସିୟମ୍‌ ନ୍ୟୁଟ୍ରିଚାର୍ଜ ବିଜେରେ ଉପଲବ୍ଧ ଅଟେ ।

ପ୍ର.16 – ଇନୁଲିନ୍‌ କ’ଣ ଏବଂ ଏହା ନ୍ୟୁଟ୍ରିଚାର୍ଜ ବିଜେରେ କାହିଁକି ରହିଛି?

ଇନୁଲିନ୍‌ ହେଉଛି ଏକ ପ୍ରାକୃତିକ ଦ୍ରବଣଯୋଗ୍ୟ ତନ୍ତୁ ଯାହା କ୍ୟାଲ୍‌ସିୟମ୍‌ର ଅବଶୋଷଣକୁ ବୃଦ୍ଧି କରି ଅସ୍ଥିର ରକ୍ଷଣାବେକ୍ଷଣରେ ସହାୟକ ହୋଇଥାଏ । ଇନୁଲିନ୍‌ ଅସ୍ଥିରେ ଧାତବଲବଣର ଜମାଟରେ ମଧ୍ୟ ସହାୟତା କରିଥାଏ ।

ପ୍ର.17 – ନ୍ୟୁଟ୍ରିଚାର୍ଜ ବିଜେରେ ରୋସହିପ୍‌ ନିର୍ଯ୍ୟାସ କାହିଁକି ଦିଆଯାଇଛି?

ରୋସହିପ୍‌ ନିର୍ଯ୍ୟାସ ଆଣ୍ଠୁ ଗଣ୍ଠିର ନମନୀୟତା ଏବଂ ଚଳନକ୍ଷମତା ବୃଦ୍ଧି କରିଥାଏ ।

ପ୍ର.18 – ଆଣ୍ଠୁ ଗଣ୍ଠି ପାଇଁ ଭିଟାମିନ୍‌ କେ27 କିପରି ଉପାଦେୟ?

ଭିଟାମିନ୍‌ କେ27 କ୍ୟାଲ୍‌ସିୟମ୍‌ ଜମାଟ ମାଧ୍ୟମରେ ଅସ୍ଥିକୁ ସୁଦୃଢ଼ କରିଥାଏ ।

ପ୍ର.19 – ନ୍ୟୁଟ୍ରିଚାର୍ଜ ବିଜେରେ କେତେ ପରିମାଣର ଭିଟାମିନ୍‌ କେ27 ରହିଛି?

ନ୍ୟୁଟ୍ରିଚାର୍ଜ ବିଜେର ପ୍ରତ୍ୟେକ ଟାବ୍‌ଲେଟ୍‌ରେ 55 ମାଇକ୍ରୋଗ୍ରାମ୍‌ ଭିଟାମିନ୍‌ କେ27 ରହିଛି ।

ପ୍ର.20 – ନ୍ୟୁଟ୍ରିଚାର୍ଜ ବିଜେରେ ଭିଟାମିନ୍‌ ଡି କାହିଁକି ଦିଆଯାଇଛି?

ଭିଟାମିନ୍‌ ଡି ଅନ୍ତ୍ରରେ ଅସ୍ଥି ସୁଦୃଢ଼କାରୀ କ୍ୟାଲ୍‌ସିୟମ୍‌ର ଅବଶୋଷଣକୁ ବୃଦ୍ଧି କରିଥାଏ । ଏହା କୋମଳାସ୍ଥିର କ୍ଷତିକୁ ମଧ୍ୟ ରୋକିପାରିବ ।

ପ୍ର.21 – ନ୍ୟୁଟ୍ରିଚାର୍ଜ ବିଜେର ସ୍ୱାଦ କ’ଣ?

ନ୍ୟୁଟ୍ରିଚାର୍ଜ ବିଜେରେ ଶୁଦ୍ଧ ଗୁଜରାତି ଦିଆଯାଇଛି ଯାହା ଏକ ସୁନ୍ଦର ସ୍ୱାଦ ଓ ଅନୁଭୂତି ପ୍ରଦାନ କରିଥାଏ ।

ପ୍ର.22 – ଆଣ୍ଠୁ ଗଣ୍ଠିର ଯନ୍ତ୍ରଣାକୁ ଦୂର କରିବା ପାଇଁ ଯନ୍ତ୍ରଣାନାଶକ ବା ପେନ୍‌ କିଲର୍‌ ଖାଇବା ପରାମର୍ଶଯୋଗ୍ୟ କି?

ପେନ୍‌ କିଲର୍‌ଗୁଡ଼ିକ କେବଳ ଅସ୍ଥାୟୀ ଉପଶମ ପ୍ରଦାନ କରିଥାଏ । ସ୍ଥାୟୀ ଉପଶମ ପାଇଁ, ଆପଣଙ୍କୁ ନିଜର ଗଣ୍ଠିଗୁଡ଼ିକୁ ସୁଦୃଢ଼ କରିବାକୁ ହେବ, ନିଜର ଅସ୍ଥିଗୁଡ଼ିକୁ ସୁଦୃଢ଼ କରିବାକୁ ହେବ ଏବଂ ଆଣ୍ଠୁରେ ତରଳର ମାତ୍ରାକୁ ବୃଦ୍ଧି କରିବାକୁ ହେବ ।

ପ୍ର.23- ନ୍ୟୁଟ୍ରିଚାର୍ଜ ବିଜେ କ୍ଲିନିକାଲି ପ୍ରମାଣିତ ହୋଇଥିବାର ମହତ୍ତ୍ୱ କ’ଣ?

ଏହାର ଅର୍ଥ ହେଉଛି ସରକାରୀ ସ୍ୱୀକୃତିପ୍ରାପ୍ତ ବିଶେଷଜ୍ଞମାନଙ୍କ ଏଥିକାଲ‍୍‌ କମିଟି ପ୍ରମାଣପତ୍ର ଦେଇଛନ୍ତି ଯେ ଏହି ଉତ୍ପାଦଟି ଆଣ୍ଠୁ ଗଣ୍ଠି ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ ବୋଲି ବୈଜ୍ଞାନିକ ଭାବେ ପ୍ରମାଣିତ । ଏହି ଉତ୍ପାଦଟି ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଭାବେ ନିରାପଦ ବୋଲି ମଧ୍ୟ ପ୍ରମାଣିତ କରିଥାଏ ।

ପ୍ର.24 – ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ନ୍ୟୁଟ୍ରିଚାର୍ଜ ବିଜେ କିଣିବା ପାଇଁ ପଇସା ନ ଥାଏ ତେବେ କ’ଣ କରାଯିବ?

ବ୍ୟକ୍ତିଙ୍କ ନିକଟରେ ଯଦି ନ୍ୟୁଟ୍ରିଚାର୍ଜ ବିଜେ କିଣିବା ପାଇଁ ପଇସା ନ ଥାଏ ତେବେ ଦୟାକରି ତାଙ୍କୁ ବାଧ୍ୟ କରି ବିକ୍ରି କରନ୍ତୁ ନାହିଁ । ଯଦି ଗ୍ରାହକ ନ୍ୟୁଟ୍ରିଚାର୍ଜ ବିଜେର ସମ୍ପୂର୍ଣ୍ଣ କୋର୍ସ ପୂରା ନ କରନ୍ତି ତେବେ ସେ ତାଙ୍କ ଆଣ୍ଠୁ ଯନ୍ତ୍ରଣାରୁ ଉପଶମ ପାଇବେ ନାହିଁ । ଜଣେ ନକାରାତ୍ମକ ଗ୍ରାହକ ଅନ୍ୟ ଗ୍ରାହକମାନଙ୍କୁ ନକାରାତ୍ମକ କରିଦେବେ ।

ପ୍ର.25 – ନ୍ୟୁଟ୍ରିଚାର୍ଜ ବିଜେ ଉପଶମର ଗ୍ୟାରେଣ୍ଟି ସହ ଦିଆଯାଇପାରିବ କି?

ହଁ, ନିଶ୍ଚିତ ଭାବେ । ଦୟାକରି ନିଜ ଘର ପରିବାର ପାଇଁ ନ୍ୟୁଟ୍ରିଚାର୍ଜ ବିଜେ ବ୍ୟବହାର କରନ୍ତୁ । ଅନ୍ୟ ସନ୍ତୁଷ୍ଟ ଗ୍ରାହକମାନଙ୍କଠାରୁ ପ୍ରାପ୍ତ ପ୍ରଶଂସପାତ୍ର ତିଆରି କରନ୍ତୁ । ଏହିଭଳି ଭାବେ, ଆପଣ ନିଜେ ନ୍ୟୁଟ୍ରିଚାର୍ଜ ବିଜେର ଗ୍ୟାରେଣ୍ଟିରେ ପରିଣତ ହୋଇଯିବେ ।

ନ୍ୟୁଟ୍ରିଚାର୍ଜ କିଡ‍୍‌ସ ସମ୍ପର୍କିତ ପ୍ରଶ୍ନାବଳୀ

ପ୍ର.1 – କେଉଁ ବୟସ ବର୍ଗର ଶିଶୁଙ୍କୁ ଆମେ ନ୍ୟୁଟ୍ରିଚାର୍ଜ କିଡ‍୍‌ସ ଦେଇପାରିବୁ?

ନ୍ୟୁଟ୍ରିଚାର୍ଜ କିଡ‍୍‌ସ ହେଉଛି 2 ରୁ 12 ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ ।

ପ୍ର.2 – ନ୍ୟୁଟ୍ରିଚାର୍ଜ କିଡ‍୍‌ସର ପ୍ରମୁଖ ଲାଭଗୁଡ଼ିକ କ’ଣ?

ନ୍ୟୁଟ୍ରିଚାର୍ଜ କିଡ‍୍‌ସ, ଏହାର ନାମ ସୂଚାଉଥିବା ଅନୁଯାୟୀ, ମୋଟାମୋଟି ଏବଂ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ, ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିଥାଏ ଏବଂ ଶକ୍ତି ପ୍ରଦାନ କରିଥାଏ ।

ପ୍ର.3 – ଆମେ ନ୍ୟୁଟ୍ରିଚାର୍ଜ କିଡ‍୍‌ସ କେବେ ଖୁଆଇବୁ?

ନ୍ୟୁଟ୍ରିଚାର୍ଜ କିଡ‍୍‌ସ ସକାଳର ପ୍ରାତଃଭୋଜନ ପରେ ଦିଆଯିବା ଆବଶ୍ୟକ ।

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସମ୍ପର୍କିତ ପ୍ରଶ୍ନାବଳୀ

ପ୍ର.1 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ କ’ଣ?

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ହେଉଛି ପ୍ରାକ‍୍‌-ମଧୁମେହଧାରୀ ବ୍ୟକ୍ତିମାନଙ୍କର ରକ୍ତ ଶର୍କରା ସ୍ତରକୁ ହ୍ରାସ କରିବାର ଲକ୍ଷ୍ୟ ନେଇ ପ୍ରସ୍ତୁତ ଏକ ପୋଷଣ ପରିପୂରକ । ଏହା ହେଉଛି ଏହି ଧରଣର ପୃଥିବୀର ଏକମାତ୍ର ପରିପୂରକ ।

ପ୍ର.2 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ଏକ ଔଷଧ କି?

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ଏକ ଔଷଧ ନୁହେଁ । ଏହା ଏକ ଖାଦ୍ୟ ସପ୍ଲିମେଣ୍ଟ ବା ପରିପୂରକ ।

ପ୍ର.3 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ କେଉଁମାନେ ସେବନ କରିବା ଆବଶ୍ୟକ?

ପ୍ରାକ‍୍‌-ମଧୁମେହ ବ୍ୟକ୍ତିମାନେ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସେବନ କରିବା ଉଚିତ‍୍‌।

ପ୍ର.4- ବ୍ୟକ୍ତି ପ୍ରାକ୍‌-ମଧୁମେହ ରୋଗୀ ବୋଲି ଆମେ କିପରି ଜାଣିବା?

ଏକ ଗ୍ଲୁକୋମିଟର‍୍‌ ସହାୟତାରେ ଜଣେ ବ୍ୟକ୍ତିଙ୍କ ରକ୍ତ ଶର୍କରା ସ୍ତର ଯାଞ୍ଚ କରି ଆପଣ ତାଙ୍କୁ ପ୍ରାକ‍୍‌-ମଧୁମେହ ରୋଗୀ କି ନୁହେଁ ଚିହ୍ନଟ କରିପାରିବେ । ଯଦି ବ୍ୟକ୍ତିଙ୍କ ରକ୍ତ ଶର୍କରା ସ୍ତର 140 ମିଗ୍ରା/ଡିଏଲ‍୍‌ରୁ 200 ମିଗ୍ରା/ଡିଏଲ‍୍‌ ମଧ୍ୟରେ ହୋଇଥାଏ ତେବେ ସେ ଜଣେ ପ୍ରାକ‍୍‌-ମଧୁମେହ ରୋଗୀ ଅଟନ୍ତି ।

ପ୍ର.5 – ଯଦି ଜଣେ ବ୍ୟକ୍ତିଙ୍କ ରକ୍ତ ଶର୍କରା ସ୍ତର 140 ମିଗ୍ରା/ଡିଏଲ‍୍‌ରୁ କମ‍୍‌ ଥାଏ ତେବେ କ’ଣ କରାଯିବା ଉଚିତ‍୍‌?

ସର୍ବପ୍ରଥମେ, ତାଙ୍କୁ ତାଙ୍କ ସୁସ୍ୱାସ୍ଥ୍ୟ ପାଇଁ ଅଭିନନ୍ଦନ ଜଣାନ୍ତୁ । ତାହାପରେ, ତାଙ୍କୁ ପ୍ରତିଦିନ ନ୍ୟୁଟ୍ରିଚାର୍ଜ ପିଭିଏମ‍୍‌ଏଫ‍୍‌ ବ୍ରେକ‍୍‌ଫାଷ୍ଟ କରିବାର ପରାମର୍ଶ ଦିଅନ୍ତୁ ।

ପ୍ର.6 – ପ୍ରାକ‍୍‌-ମଧୁମେହର କୌଣସି ଲକ୍ଷଣ ରହିଛି କି?

ପ୍ରାୟତଃ ପ୍ରାକ‍୍‌-ମଧୁମେହର କୌଣସି ଲକ୍ଷଣ ନ ଥାଏ ।

ପ୍ର.7 – ପ୍ରାକ‍୍‌-ମଧୁମେହ କୌଣସି କ୍ଷତିର କାରଣ ହୋଇପାରେ କି?

ଉପଯୁକ୍ତ ଯତ୍ନର ଅଭାବରେ ପ୍ରାକ‍୍‌-ମଧୁମେହ ଡାଇବେଟିସ୍‌ ବା ମଧୁମେହରେ ପରିଣତ ହୋଇଯାଇପାରେ । ଏହା ଆଖି, କିଡ‍୍‌ନୀ, ହୃଦ‍୍‌ଯନ୍ତ୍ର ଏବଂ ମସ୍ତିଷ୍କକୁ ମଧ୍ୟ କ୍ଷତିଗ୍ରସ୍ତ କରିପାରେ ।

ପ୍ର.8- ଜଣେ ପ୍ରାକ‍୍‌-ମଧୁମେହ ବ୍ୟକ୍ତି କେତେ ବାରମ୍ବାରତାରେ ନିଜର ରକ୍ତ ଶର୍କରା ସ୍ତର ଯାଞ୍ଚ କରାଇବା ଆବଶ୍ୟକ?

ଜଣେ ପ୍ରାକ‍୍‌-ମଧୁମେହ ବ୍ୟକ୍ତି ପ୍ରତିମାସରେ ଥରେ ନିଜର ରକ୍ତ ଶର୍କରା ସ୍ତର ଯାଞ୍ଚ କରାଇନେବା ଆବଶ୍ୟକ ।

ପ୍ର.9 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ରେ ପ୍ରୋଟିନ‍୍‌ କାହିଁକି ରହିଛି?

କାରଣ ପ୍ରୋଟିନ‍୍‌ ରକ୍ତ ଶର୍କରା ସ୍ତରକୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ପ୍ରତିରୋଧ କରିଥାଏ ଏବଂ ମାଂସପେଶୀ ହାନିକୁ ପ୍ରତିରୋଧ କରିଥାଏ ।

ତେଣୁ ବ୍ୟକ୍ତି ପ୍ରୋଟିନ‍୍‌ ମାଧ୍ୟମରେ ଉପଯୁକ୍ତ ପୋଷଣ ପାଆନ୍ତି ଏବଂ ଦୁର୍ବଳତା ଅନୁଭବ କରନ୍ତି ନାହିଁ ।

ପ୍ର.10 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ରେ ଚେରମୂଳି କାହିଁକି ମିଶ୍ରଣ କରାଯାଇଛି?

କାରଣ ଏଗୁଡ଼ିକ ରକ୍ତ ଶର୍କରାକୁ ଅନ୍ତ୍ରରେ ଅବଶୋଷିତ ହେବାରୁ ପ୍ରତିରୋଧ କରିଥାଏ । ଏଗୁଡ଼ିକ ବଢୁଥିବା ରକ୍ତ ଶର୍କରାର କୁପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ ।

ପ୍ର.11- ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ରେ ବ୍ୟବହୃତ ଚେରମୂଳିଗୁଡ଼ିକର ବୈଶିଷ୍ଟ୍ୟଗୁଡିକ କ’ଣ?

ସମସ୍ତ ଚେରମୂଳି ସର୍ବୋତ୍ତମ ଗୁଣମାନର ।

ପ୍ର.12- ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ରେ ଡାଲଚିନି କାହିଁକି ରହିଛି?

ଡାଲଚିନି ରକ୍ତ ଶର୍କରା ଏବଂ କୋଲେଷ୍ଟ୍ରଲ‍୍‌ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ପ୍ର.13 – କୋଲେଷ୍ଟ୍ରଲ‍୍‌ ନିୟନ୍ତ୍ରଣରେ ଡାଲଚିନି ସହାୟକ ହୋଇଥାଏ କି?

ହଁ, କୋଲେଷ୍ଟ୍ରଲ‍୍‌ ନିୟନ୍ତ୍ରଣରେ ଡାଲଚିନି ସହାୟକ ହୋଇଥାଏ।

ପ୍ର.14 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ବହୁତ ମହଙ୍ଗା?

ଦୟାକରି ଏହା ପ୍ରଦାନ କରୁଥିବା ଟଙ୍କାର ଉଚିତ୍‌ ମୂଲ୍ୟକୁ ବୁଝନ୍ତୁ । ଯଦି ଜଣେ ପ୍ରାକ‍୍‌-ମଧୁମେହ ରୋଗୀ ନିଜର ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ନ କରନ୍ତି ତେବେ ସେ ଖୁବ‍୍‌ ଶୀଘ୍ର ମଧୁମେହରେ ପୀଡ଼ିତ ହୋଇଯିବେ । ଜଣେ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଅନ୍ୟାନ୍ୟ ଅନେକ ବ୍ୟାଧି ଯେପରି ଉଚ୍ଚ ରକ୍ତଚାପ, ହୃଦ‍୍‌ରୋଗ ଇତ୍ୟାଦିର ସମ୍ଭାବନା ବୃଦ୍ଧି ପାଇଥାଏ । ଏହିସବୁ ବ୍ୟାଧିର ଚିକିତ୍ସା ପାଇଁ ଆବଶ୍ୟକ ଲକ୍ଷ ଲକ୍ଷ ଟଙ୍କା ତୁଳନାରେ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ର ମୂଲ୍ୟ ଅତି ନଗଣ୍ୟ ।
ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ‍୍‌ କିମ୍ବା ନ୍ୟୁଟ୍ରିଚାର୍ଜ ଷ୍ଟ୍ରବେରୀ ପ୍ରୋଡାଏଟ‍୍‌ର ମୂଲ୍ୟ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ମୂଲ୍ୟ ମଧ୍ୟରେ ଅନ୍ତଭୁର୍କ୍ତ । ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସହିତ ଆପଣ ସ୍ୱିଟେନର‍୍‌ ସ୍ୟାଚେଟ୍‍ ମାଗଣାରେ ପାଇଥାନ୍ତି । ଏଥିରେ ସର୍ବୋତ୍ତମ ଗୁଣମାନର ଚେରମୂଳି ଏବଂ ପୋଷକତତ୍ତ୍ୱ ରହିଛି । ଏତେସବୁ ସ୍ୱଳ୍ପ ମୂଲ୍ୟରେ ପାଇବା ଅସମ୍ଭବ ।

ପ୍ର.15 – ବଜାରରେ ଉପଲବ୍ଧ ଅନ୍ୟାନ୍ୟ ଉତ୍ପାଦଗୁଡ଼ିକ ତୁଳନାରେ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ କିପରି ଉତ୍ତମ?

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ହେଉଛି ଏକ ପୋଷଣ ପରିପୂରକ ଯାହା ମୁଖ୍ୟତଃ ପ୍ରାକ‍୍‌-ମଧୁମେହ ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇଛି । ରକ୍ତ ଶର୍କରାର ଉତ୍ତମ ପରିଚାଳନା ପାଇଁ ଏଥିରେ 12ଟି ପ୍ରାକୃତିକ ଚେରମୂଳି, ପ୍ରୋଟିନ‍୍‌, ଆହାରଗତ ତନ୍ତୁ, ଡାଲଚିନି ଏବଂ ଆହୁରି ଅନେକ ଅନ୍ୟାନ୍ୟ ପୋଷକତତ୍ତ୍ୱ ରହିଛି । ବଜାରରେ ଉପଲବ୍ଧ ଅନ୍ୟ କୌଣସି ଉତ୍ପାଦରେ ଏପରି ଭଲ ଗୁଣମାନର ଚେରମୂଳି ଏବଂ ପୋଷକତତ୍ତ୍ୱ ରହି ନ ଥାଏ ।

ପ୍ର.16- ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ କେତେବେଳେ ସେବନ କରାଯିବା ଆବଶ୍ୟକ?

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାଯିବା ଆବଶ୍ୟକ । ଏକ ଗ୍ଲାସ‍୍‌ ସ୍ୱଳ୍ପ ଚର୍ବିଯୁକ୍ତ କ୍ଷୀରରେ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ର ଏକ ସ୍କୁପ‍୍‌ ସହିତ ଦିଆଯାଇଥିବା ସ୍ୱିଟେନର‍୍‌ର ଗୋଟିଏ ସ୍ୟାଚେଟ୍‍ ମିଶାନ୍ତୁ । ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ସହିତ ଏହି ଶେକ‍୍‌କୁ ପିଅନ୍ତୁ ।

ପ୍ର.17- ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ କେତେ ସମୟ ପାଇଁ ସେବନ କରାଯିବା ଉଚିତ?

ରକ୍ତ ଶର୍କରା ସ୍ତର ସ୍ୱାଭାବିକ ଅର୍ଥାତ‍୍‌ 140 ମିଗ୍ରା/ଡିଏଲ‍୍‌ ତଳକୁ ଖସିବା ପର୍ଯ୍ୟନ୍ତ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସେବନ କରାଯିବା ଉଚିତ‍୍‌ । ରକ୍ତ ଶର୍କରା ସ୍ତର ଯେପରି ପୁନର୍ବାର ବଢ଼ି ନ ଯାଉ ଏହା ସୁନିଶ୍ଚିତ କରିବା ପାଇଁ ସ୍ୱାଭାବିକ ରକ୍ତ ଶର୍କରା ସ୍ତର ହାସଲ କରିବା ପରେ ମଧ୍ୟ ଏହାକୁ ସେବନ କରିବା ପାଇଁ ଆମେ ଆପଣଙ୍କୁ ସୁପାରିଶ କରୁଛୁ ।

ପ୍ର. 18 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସହାୟତାରେ ଜଣେ କେତେ ସମୟ ମଧ୍ୟରେ ରକ୍ତ ଶର୍କରାର ସ୍ୱାଭାବିକ ସ୍ତର ହାସଲ କରିବା ପାଇଁ ଆଶା କରିପାରିବେ?

ସାଧାରଣତଃ, ବ୍ଲଡ‍୍‌ ସୁଗାର‍୍‌ ବା ରକ୍ତ ଶର୍କରା ସ୍ତର ଏକ ମାସରେ 20 ମିଗ୍ରା/ଡିଏଲ‍୍‌ ଖସିଯାଇଥାଏ । ଜଣେ ବ୍ୟକ୍ତିଙ୍କ ରକ୍ତ ଶର୍କରା ସ୍ତର ଖସିବା ତାଙ୍କର ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ସେବନର ନିୟମିତତା, ତାଙ୍କ ଆହାର ଏବଂ ଶାରୀରିକ କ୍ରିୟା ଉପରେ ନିର୍ଭର କରିବ ।

ପ୍ର. 19 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌କୁ ମଧୁମେହ ରୋଗୀଙ୍କୁ ଦିଆଯାଇପାରିବ କି?

ହଁ, ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ମଧୁମେହ ରୋଗୀଙ୍କୁ ଦିଆଯାଇପାରିବ । ଏହା ସେମାନଙ୍କ ଷ୍ଟାମିନା ବୃଦ୍ଧି କରିବା ସହ ସେମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବ। କିନ୍ତୁ ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ ସେମାନେ ମଧୁମେହ ଔଷଧ ସେବନ କରିବା ଯେପରି ଜାରି ରଖନ୍ତି ।

ପ୍ର.20 – ଯଦି ପ୍ରାକ‍୍‌-ମଧୁମେହର ସ୍ଥିତିରେ କେବଳ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଦ୍ୱାରା ଉନ୍ନତି ଆସିଯିବ ତେବ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସେବନର ଆବଶ୍ୟକତା କ’ଣ?

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ରେ ଭିନ୍ନ ପୋଷକ ତତ୍ତ୍ୱ ରହିଛି ଯାହା ଭିନ୍ନ ଉପାୟରେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟତା କରିଥାଏ । ତେଣୁ, ସର୍ବୋପଯୁକ୍ତ ପରିଣାମ ପାଇଁ ଉଭୟ ଏକାଠି ସେବନ କରାଯିବା ଜରୁରୀ ଅଟେ ।

ପ୍ର.21 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସହିତ ନ୍ୟୁଟ୍ରିଚାର୍ଜ ମ୍ୟାନ‍୍‌ ଟାବ‍୍‌ଲେଟ‍୍‌ କିମ୍ବା ନ୍ୟୁଟ୍ରିଚାର୍ଜ ଓମ୍ୟାନ‍୍‌ ଟାବ‍୍‌ଲେଟ‍୍‌ ସେବନ କରାଯାଇପାରିବ କି?

ହଁ, ଏହା ସେବନ କରାଯାଇପାରିବ ।

ପ୍ର.22 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସହିତ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ‍୍‌ କିମ୍ବା ନ୍ୟୁଟ୍ରିଚାର୍ଜ ଷ୍ଟ୍ରବେରୀ ପ୍ରୋଡାଏଟ‍୍‌ ସେବନ କରାଯିବା ଜରୁରୀ କି?

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସହିତ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ‍୍‌ କିମ୍ବା ନ୍ୟୁଟ୍ରିଚାର୍ଜ ଷ୍ଟ୍ରବେରୀ ପ୍ରୋଡାଏଟ‍୍‌ ସେବନ କରାଯିବା ଜରୁରୀ ନୁହେଁ ।

ପ୍ର.23 – ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସେବନ କରିବା ସମୟରେ ଆଉ କୌଣସି କଥା ଧ୍ୟାନରେ ରଖାଯିବା ଆବଶ୍ୟକ କି?

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ଟାବ‍୍‌ଲେଟ‍୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ‍୍‌ ପ୍ରୋଡାଏଟ‍୍‌ ସେବନ ସହିତ ଏକ ଶର୍କରାବିହୀନ ସନ୍ତୁଳିତ ଆହାର ଗ୍ରହଣ କରିବା ଏବଂ ବ୍ୟାୟାମ କରିବା (6000 ପାଦ ଚାଲିବା ଏବଂ 250 ପାହାଚ ଚଢ଼ିବା) ଜରୁରୀ ଅଟେ ।